ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ଦିନର ଅପେକ୍ଷା ପରେ ୧୬ରୁ ଖୋଲିବ ପୁରୀ ଶ୍ରୀମନ୍ଦିର | ୫ ଦିନ ପୁରୀ ବାସୀ ଜଗା ଦର୍ଶନ କରିପାରିବେ | ସପ୍ତାହନ୍ତ ସଡ଼ ଡାଉନରେ ଭକ୍ତଙ୍କୁ ମନ୍ଦିର ମନା | ସୂଚନା ଅନୁସାରେ, ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୨୧, ୨୨ ତାରିଖ ସଟଡାଉନ ଥିବାରୁ ଭକ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରିପାରିବେ ନାହିଁ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଶ୍ରୀମନ୍ଦିର ବ୍ୟତୀତ ପୁରୀ ସହରରେ ଅନ୍ୟ ସମସ୍ତ ଧର୍ମପୀଠ ଖୋଲିବା ଲାଗି ଗତକାଲି ନିଷ୍ପତ୍ତି ନେଇଥିଲା ପୁରୀ ଜିଲ୍ଲା ପ୍ରଶାସନ । କୋଭିଡ୍ ଗାଇଡଲାଇନ୍ ଭିତରେ ସହରର ସମସ୍ତ ମଠ, ମନ୍ଦିର ସହ ଅନ୍ୟ ଧାର୍ମିକ ଅନୁଷ୍ଠାନ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାଯିବ ବୋଲି ଗତକାଲି ପୁରୀ ପ୍ରଶାସନ ସୂଚନା ଦେଇଥିଲା। ତେବେ ସପ୍ତାହନ୍ତ ସଟଡାଉନରେ ପୁରୀ ସହରକୁ ଭକ୍ତ, ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏପଟେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରକୁ ପର୍ଯ୍ୟଟକଙ୍କ ଲାଗି ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ସେହିଭଳି ସମ୍ବଲପୁରରେ ଗତକାଲିଠାରୁ ଖୋଲିଛି ମାଆ ସମଲେଶ୍ୱରୀଙ୍କ ମନ୍ଦିର ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….