Report Card Odisha

| Daily Odia News

୧୬ରୁ ସ୍କୁଲ ଯିବେ ଛାତ୍ରଛାତ୍ରୀ,କ୍ଲାସରୁମରେ ହେବ ପାଠ ପଢ଼ା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅଗଷ୍ଟ ୧୬ରୁ ସ୍କୁଲ ଯିବେ ନବମ ଶ୍ରେଣୀ ଛାତ୍ରଛାତ୍ରୀ। କ୍ଲାସରୁମରେ ଆରମ୍ଭ ହେବ ଅଫଲାଇନ ପାଠ ପଢ଼ା । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲର ନବମ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ଵତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ସକାଳ ୯ଟାରୁ ୧୨ଟା ୩୦ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଯିବ। ତେବେ ରବିବାର ଓ ଅନ୍ୟାନ୍ୟ ଛୁଟିଦିନଗୁଡ଼ିକରେ ପାଠ ପଢ଼ା ବନ୍ଦ ରହିବ। ଅଭିଭାବକଙ୍କ ପରାମର୍ଶକ୍ରମେ ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ। ଏଥିସହ ଯେଉଁମାନେ ଅନଲାଇନ କ୍ଲାସ କରିବାକୁ ଚାହିଁବେ, ସେମାନେ ଘରେ ରହି ଅନଲାଇନ କ୍ଲାସ ମଧ୍ୟ କରିପାରିବେ। ଅଫଲାଇନ ପାଠ ପଢ଼ାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ବାଧ୍ୟତାମୂଳକ କରାଯିବ ନାହିଁ। ସେହିପରି ନବମ ଶ୍ରେଣୀ ପିଲାଙ୍କ ପାଇଁ ଅଗଷ୍ଟ ୧୬ରୁ ହଷ୍ଟେଲଗୁଡ଼ିକ ଖୋଲିବ। ରାଜ୍ୟରେ କରୋନା ସଙ୍କଟ ଟଳିନଥିବାରୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ଗାଇଡଲାଇନକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖ ଯୋଗ୍ୟ -ରାଜ୍ୟରେ କରୋନା ସ୍ତିତି ସୁଧାର ଆସିବା ପରେ ଜୁଲାଇ ୨୬ରୁ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ ପାଠ ପଢ଼ା ଆରମ୍ଭ ହୋଇଛି । ଏବେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ ପାଠ ପଢ଼ା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

Breaking News