ରିପୋର୍ଟ କାର୍ଡ / ପୁରୀ
କରୋନା ସଂକ୍ରମଙ୍କୁ ଦୃଷ୍ଟିରେ ରଖି ସଟଡାଉନ ସହ ବିଭିନ୍ନ କଟକଣା ଲାଗି କରାଯାଇଛି। ପୁରୀର ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କୁ ଶବଦାହ ପାଇଁ ବାରଣ କରାଯାଇଥିଲା। ଆସନ୍ତା ୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦ୍ୱାର । କୋଭିଡ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିବେ । ମୃତକଙ୍କ କୋଭିଡ଼ ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ଶନିବାର ଓ ରବିବାର ସଟଡାଉନରେ ମଧ୍ୟ ଶବଦାହ ପାଇଁ ଅନୁମତି ମିଳିଛି। ଏନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସୂଚନା ଦେଇଛନ୍ତି। କୋଭିଡ଼ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିଲେ ଶବଦାହ ପାଇଁ ଅନୁମତି ମିଳିବନି । ଶବ ସତ୍କାର ପାଇଁ ପଞ୍ଜିକରଣ ବେଳେ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ମହୋଦଧିରେ ଅସ୍ଥି ବିସର୍ଜନ ପାଇଁ ଅନୁମତି ମିଳିଛି।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..