Report Card Odisha

| Daily Odia News

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦,୬୫୩ ସଂକ୍ରମିତ ଚିହ୍ନଟ, ୧୭ଆକ୍ରାନ୍ତଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜି ପୁଣି ୧୦,୬୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୪,୮୭୩ରେ ପହଞ୍ଚି ଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ରାୟଗଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏ, ପୁରୀ ଜିଲ୍ଲାରୁ ୨, ଅନୁଗୁଳ, ବଲାଙ୍ଗିର ଓ ଢେଙ୍କାନାଳରୁ ଜଣେ ଲେଖାଏ ଆକ୍ରାନ୍ତ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୧୯୭କୁ ବୃଦ୍ଧି ପାଇଛି। ଗତକାଲି ପରି ଆଜି ବି ଖୋର୍ଦ୍ଧା ଜିଲ୍ଲା ସଂକ୍ରମିତଙ୍କ ସଂଖ୍ୟାରେ ୧ ନମ୍ବର ରହିଛି । ଏଠାରୁ ସର୍ବାଧିକ ୧,୩୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଏବେ କରୋନା ସଂକ୍ରମଣର ହଟସ୍ପଟ ପାଲିଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡରୁ ୮୨୪, କଟକରୁ ୭୨୦ ପୁରୀରୁ ୭୦୮ ଜଣ, ଅନୁଗୁଳରୁ ୪୫୬, ବରଗଡରୁ ୪୫୦, କଳାହାଣ୍ଡିରୁ ୪୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡ଼ାରୁ ୪୧୮, ଯାଜପୁରରୁ ୩୨୮ , ନୂଆପଡ଼ାରୁ ୩୧୧, ନବରଙ୍ଗପୁରରୁ ୩୦୬, ସମ୍ବଲପୁରରୁ ୩୦୨, ବଲାଙ୍ଗୀରରୁ ୨୭୪, ନୟାଗଡ଼ରୁ ୨୬୯, ଭଦ୍ରକରୁ ୨୪୮, ବାଲେଶ୍ୱରରୁ ୨୩୦, ଢେଙ୍କାନାଳରୁ ୨୪୪, କେନ୍ଦ୍ରାପଡ଼ାରୁ ୨୪୩, ଗଞ୍ଜାମରୁ ୨୦୯, ମୟୂରଭଞ୍ଜରୁ ୨୦୭, ବୌଦ୍ଧରୁ ୧୮୩, ସୁବର୍ଣ୍ଣପୁରରୁ ୧୬୯, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୪୨, ରାୟଗଡ଼ାରୁ ୧୩୨, ଦେବଗଡ଼ରୁ ୧୧୮, ଜଗତସିଂହପୁରରୁ ୧୧୫, ଗଜପତିରୁ ୮୯, କନ୍ଧମାଳରୁ ୭୫ ଓ ମାଲକାନଗିରିରୁ ୬୨, ଷ୍ଟେଟ୍‌ ପୁଲ୍‌ରୁ ୨୭୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Breaking News