ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ ଭୁବନେଶ୍ୱର
ଅନୁଗୋଳ ଏନଏଚ୍ -୫୩ର ସମ୍ପ୍ରସାରଣ ସହ ଦୁଇ ଲେନ୍ ବିଶିଷ୍ଟ କରିବା କେନ୍ଦ୍ରସରକାର ୧୭୪.୨୧୫ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି | ରବିବାର କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀ ଗଡକରୀଙ୍କୁ ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି। ଏନଏଚ-୫୩ରେ ରେଙ୍ଗାଲି, ବଜ୍ରକୋଟ ଏବଂ ଟାକୁଆରେ ତିନୋଟି ବାଇପାସ ସହ ଜାତୀୟ ରାଜପଥର ସମ୍ପ୍ରସାରଣ କରାଯିବ । ଏହି ଜାତୀୟ ରାଜପଥ ପାରାଦ୍ବୀପ ବନ୍ଦର ସହ ରାଜ୍ୟର ବୃହତ ଶିଳ୍ପାଞ୍ଚଳ ଏବଂ ଖଣି କରିଡରକୁ ସଂଯୋଗ କରୁଛି । ରାଜପଥର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଦ୍ୱାରା ଯାତାୟାତ ସୁବିଧାଜନକ ହୋଇପାରିବ। ଭାରିଯାନ ଯାତାୟାତ ସହଜ ହେବ ଏବଂ ଶିଳ୍ପ କରିଡର ତଥା କୋଲ ଇଣ୍ଡିଆ, ଏନଟିପିସି, ଜିନ୍ଦଲ ଷ୍ଟିଲର ସାମାଜିକ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ। ଏନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଏନଏଚ-୫୩ର ସମ୍ପ୍ରସାରଣ ଅନୁଗୋଳ ଏବଂ ସମ୍ବଲପୁର ଜିଲାର ଯାତାୟାତକୁ ସୁଗମ କରିବ। ଶିଳ୍ପ କ୍ଷେତ୍ରର ବିକାଶ ହେବା ସହିତ ସାମାଜିକ ଓ ଆର୍ଥିକ ବିକାଶରେ ଅଭିବୃଦ୍ଧି ହେବ |
More Stories
ଏଣିକି ଯୁକ୍ତ ଦୁଇ ପରେ ପଢି ପାରିବେ ବିଏଡ୍…..
ଇନଷ୍ଟାଗ୍ରାମରେ ପ୍ରେମ,ହୋଟେଲରେ ଦୁଷ୍କର୍ମ……
ଦୁଇ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କଲା ବାପା….