ରିପୋର୍ଟ କାର୍ଡ / ପାଟନା
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ କାର୍କେଡ୍ରେ ସାମିଲ ଥିବା ଏକ ଏସ୍କର୍ଟ ଗାଡି ଓଲଟି ପଡିଛି। ଫଳରେ ୫ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ରବିବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳୁଛି । ବିହାର ବକ୍ସରରୁ ପାଟଣା ଯାଉଥିଲା ମନ୍ତ୍ରୀଙ୍କ କାର୍କେଡ୍। ଏହି ସମୟରେ ନାରାୟଣପୁର ମଧ୍ୟରେ ସୁରକ୍ଷାକର୍ମୀଙ୍କ ଜିପ୍ ଦୁର୍ଘଟଣଗ୍ରସ୍ତ ହୋଇଥିଲା। ଜିପ୍ଟି ଭାରସାମ୍ୟ ହରାଇ ଏକ ଚାଷ ଜମିକୁ ଓଲଟି ପଡିଥିଲା। ଏଥିରେ ଡ୍ରାଇଭର ସମେତ ୫ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..