ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଂଲଣ୍ଡ କ୍ରିକେଟ୍ ଦଳର ଭାରତ ଗସ୍ତରେ ଅନ୍ତିମ ଚରଣରେ ୩ ମ୍ୟାଚ୍ର ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଏଠାରେ ଖେଳାଯିବ। ତିନି ମ୍ୟାଚ ବିଶିଷ୍ଟ ଏହି ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ ପୁଣେ ଠାରେ ଖେଳାଯିବ। ଏହା ଦିବାରାତ୍ର ମ୍ୟାଚ ହୋଇଥିବା ବେଳେ ଅପରାହ୍ନ ୧ ଟା ୩୦ ମିନିଟରେ ଖେଳର ସିଧା ପ୍ରସାରଣ କରାଯିବ। ଭାରତ ପ୍ରଥମ ଦୁଇଟି ସିରିଜ ଯଥା ଟେଷ୍ଟ ସିରିଜ ଏବଂ ଟି-୨୦ ଜିତି ସାରିଥିବା ବେଳେ ଏକଦିବସୀୟ ସିରିଜ ଜିତି କ୍ଳିନ ସୁଇପ କରିବା ଲକ୍ଷ୍ୟରେ ଅଛି। ସେପଟେ ଇଂଲଣ୍ଡ ଦଳ ଟେଷ୍ଟ ଏବଂ ଟି-୨୦ ସିରିଜକୁ ହାରିଥିଲେ ମଧ୍ୟ ଭାରତକୁ ସହଜ କଡା ଟକ୍କର ଦେଇଛି। ପ୍ରାରମ୍ଭରୁ ଭ୍ରମଣକାରୀ ଦଳ ଭଲ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ସିରିଜ ହାତେଇବାରେ ବିଫଳ ହୋଇଛି। ତେଣୁ ଭାରତ ବିରୋଧରେ ଏହି ଅନ୍ତିମ ସିରିଜକୁ ଜିତି ସମ୍ମାନ ବଞ୍ଚାଇବାକୁ ନିଶ୍ଚିତ ପ୍ରୟାସ କରିବ।
ଭାରତୀୟ ଦଳ : ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, ଋଷଭ ପନ୍ତ, କେଏଲ୍ ରାହୁଲ, କ୍ରୁନାଲ ପାଣ୍ଡ୍ୟା, ୱାସିଂଟନ୍ ସୁନ୍ଦର, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ଶାର୍ଦୁଳ ଠାକୁର, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ। ଇଂଲଣ୍ଡ ଦଳ : ଜାସନ ରୟ, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ, ଇଅନ ମୋର୍ଗାନ (ଅଧିନାୟକ), ଜୋସ୍ ବଟଲର, ସାମ୍ ବିଲିଙ୍ଗ୍ସ, ମୋଇନ ଅଲ୍ଲୀ, ଲିୟମ ଲିଭିଂଷ୍ଟୋନ୍, ସାମ କରନ, ଟମ୍ କରନ, ଆଦିଲ ରସିଦ, ରେସେ ଟପଲେ, ମାର୍କ ଉଡ୍।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଓଏଏସ୍ ସ୍ତରରେ ଅଦଳବଦଳ…..