ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରର ପୁଣି ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଆଜି ଝାରପଡ଼ା ଅଞ୍ଚଳରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି। ମିଳିଥିବା ସୂଚନା ଅନୁଯାୟୀ, ଝାରପଡ଼ାର ଜଗନ୍ନାଥ ଆଭେନ୍ୟୁ ଓ ବାଲାଜୀ କଂପ୍ଲେକ୍ସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ପ୍ରବେଶ କରିପାରିବେ ନାହିଁ ବୋଲି ବିଏମ୍ସି କଟକଣା ଜାରି କରିଛି। ଏହି ଅଞ୍ଚଳରେ ସମ୍ପୃକ୍ତ ୱାର୍ଡ ଅଫିସର୍ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ସ୍ବାସ୍ଥ୍ୟସେବା ବ୍ୟବସ୍ଥା କରିବେ। ସୂଚନାଯୋଗ୍ୟ, ଗୁରୁବାର ଦିନ ରାଜଧାନୀର ୯ଟି ଜାଗାରେ ବିଏମ୍ସି କଣ୍ଟେନମେଣ୍ଟ ଜୋନ୍ କରିଥିବା ବେଳେ ଶୁକ୍ରବାର ୧୧ଟି ଜାଗାରେ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିବା ବେଳେ ଶନିବାର ଦିନ ୧୦ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଥିଲା। ଏହା ରାଜଧାନୀବାସୀଙ୍କର ଚିନ୍ତା ବଢ଼ାଇ ଦେଇଛି।
More Stories
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….
ଅତିପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ……
ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ……