ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରର ପୁଣି ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଆଜି ଝାରପଡ଼ା ଅଞ୍ଚଳରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି। ମିଳିଥିବା ସୂଚନା ଅନୁଯାୟୀ, ଝାରପଡ଼ାର ଜଗନ୍ନାଥ ଆଭେନ୍ୟୁ ଓ ବାଲାଜୀ କଂପ୍ଲେକ୍ସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ପ୍ରବେଶ କରିପାରିବେ ନାହିଁ ବୋଲି ବିଏମ୍ସି କଟକଣା ଜାରି କରିଛି। ଏହି ଅଞ୍ଚଳରେ ସମ୍ପୃକ୍ତ ୱାର୍ଡ ଅଫିସର୍ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ସ୍ବାସ୍ଥ୍ୟସେବା ବ୍ୟବସ୍ଥା କରିବେ। ସୂଚନାଯୋଗ୍ୟ, ଗୁରୁବାର ଦିନ ରାଜଧାନୀର ୯ଟି ଜାଗାରେ ବିଏମ୍ସି କଣ୍ଟେନମେଣ୍ଟ ଜୋନ୍ କରିଥିବା ବେଳେ ଶୁକ୍ରବାର ୧୧ଟି ଜାଗାରେ କଣ୍ଟେନମେଣ୍ଟ ଜୋନ୍ କରାଯାଇଥିବା ବେଳେ ଶନିବାର ଦିନ ୧୦ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇଥିଲା। ଏହା ରାଜଧାନୀବାସୀଙ୍କର ଚିନ୍ତା ବଢ଼ାଇ ଦେଇଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..