ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ସ୍କୁଲ ଗେଟରେ ତାଲା ପକାଇବା ବେଳେ ଗେଟ୍ ପଡି ୨ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସେକ୍ଟର-୯ ଅଞ୍ଚଳରେ | ସୂଚନା ମୁତାବକ ସେକ୍ଟର-୯ ସ୍ଥିତ ଏକ ଘରୋଇ ସ୍କୁଲରେ ଏକ ଲୁହାଗେଟ୍ ଲାଗିଥିଲା । ୨ଜଣ କର୍ମଚାରୀ ସେଠାରେ କିଛି କାମ କରିବା ସହ ଗେଟରେ ତାଲା ପକାଉଥିଲେ । ତାଲା ପକାଇବା ବେଳେ ଗେଟଟି ହଠାତ୍ ପଡ଼ିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ଥାନୀୟ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..