Report Card Odisha

| Daily Odia News

୧୬ ତାରିଖ ସୁଦ୍ଧା ପ୍ରକାଶ ପାଇବ+୨ ପରୀକ୍ଷା ଫଳ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ | କଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଅସନ୍ତୁଷ୍ଟ ଥିବା ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ହେବ। ଏହି ବିଦ୍ୟାର୍ଥୀ ରାଜ୍ୟର ୧୮୫ କେନ୍ଦ୍ରରେ ଅଫଲାଇନ୍‌ ପରୀକ୍ଷା ଦେଇଥିଲେ। ଗତ ମାସ ୧୧ ତାରିଖରେ ପରୀକ୍ଷା ସରିଥିଲେ ମଧ୍ୟ ଏଯାବତ୍‌ ଫଳ ପ୍ରକାଶ ପାଇନି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ବିଳମ୍ବ ହେବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ସ୍ନାତକ(+୩) ଛାତ୍ରଛାତ୍ରୀଙ୍କର ପାଠପଢା ଆରମ୍ଭ ହୋଇଥିବେଳେବ ସ୍ବତନ୍ତ୍ର ପରୀକ୍ଷା ଫଳକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ଅଭିଭାବକ ଓ ବିଦ୍ୟାର୍ଥୀ ଅସନ୍ତୋଷ ପ୍ରକଟ କରିବାରୁ ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପରିଷଦର ପରୀକ୍ଷା ପରିଚାଳନା ତ୍ରୁଟି ଯୋଗୁଁ ଫଳ ବିଳମ୍ବିତ ହୋଇଥିବା ଜଣାପଡ଼ିବା ପରେ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ବିଭାଗ ପକ୍ଷରୁ ତାଗିଦ କରାଯାଇଥିବା ଜଣାପଡ଼ିଛି। ଆସନ୍ତା ୧୫ କିମ୍ବା ୧୬ ତାରିଖ ସୁଦ୍ଧା କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ସ୍ବତନ୍ତ୍ର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ୧୬ ତାରିଖ ସୁଦ୍ଧା ଫଳ କାଢିବାକୁ ପରିଷଦକୁ ବିଭାଗ ପକ୍ଷରୁ କଡ଼ା ନିର୍ଦେଶ ଦିଆଯାଇଛି। ରାଜ୍ୟରେ ପ୍ରାୟ ୧୨ ହଜାର ଛାତ୍ରଛାତ୍ରୀ ଏହି ସ୍ବତନ୍ତ୍ର ପରୀକ୍ଷା ଦେଇଥିଲେ। ମୋଟ ୬୦ ହଜାର ଖାତା ଥିବାବେଳେ ଗତ ୪ ତାରିଖରୁ ମୂଲ୍ୟାୟନ ଆରମ୍ଭ ହୋଇଛି।

Breaking News