ରିପୋର୍ଟ କାର୍ଡ / ଭୁବନେଶ୍ବର
ନବରଙ୍ଗପୁରର ଦୁଇଟି ବ୍ଲକରେ ରୁବେଲା ଭୂତାଣୁ ଚି଼ହ୍ନଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର। ସେ କହିଛନ୍ତି, ତେନ୍ତୁଳୀଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକରେ ୧୮ ଜଣ ରୋଗୀ ଅଛନ୍ତି, ଯେଉଁମାନଙ୍କର ଜ୍ୱର ସହ ରାସେସ୍ ଅଛି। ଆଇସିଏମଆରକୁ ସମସ୍ତଙ୍କ ସାମ୍ପୁଲ ପଠାଯାଇଛି। ଏହା ସ୍କ୍ରବ ଟାଇଫସ କି ଲେପଟୋସ୍ପାଇରାସିସ ନାହିଁ ରୁବେଲା ଭାଇରସ ଵି ହୋଇପାରେ। ଏବେ ସ୍ଥିତି ସ୍ୱାଭାବିକ ଅଛି। ସ୍ୱାସ୍ଥ୍ୟ ବିଭାଗ ଟିମ୍ ସେଠାକୁ ଯାଇ ସାମ୍ପୁଲ ଆଣିଛି। ଏଣେ ଆଜି ୫ ନମୁନାର ରିପୋର୍ଟ ଆସିଛି। ୨ ନମୁନାରେ ରୁବେଲା ପଜିଟିଭ ଚିହ୍ନଟ। ଆଉ ଜଣଙ୍କ ଠାରେ ମିଳିମିଳା ଚିହ୍ନଟ ହୋଇଛି।






More Stories
ଜଳିଗଲା ବସ୍….
ବଦଳିଲେ ଏସ୍ସିବି ଡିନ୍ ଓ ଅଧୀକ୍ଷକ…..
ଯିଏ ଶୃଙ୍ଖଳା ଭାଙ୍ଗିବ କାର୍ଯ୍ୟାନୁଷ୍ଠାନ……