ରିପୋର୍ଟ କାର୍ଡ / ଭୁବନେଶ୍ବର
ଖଣ୍ଡଗିରି ଅଞ୍ଚଳର ନିଖୋଜ ଦୁଇ ସ୍କୁଲ ଛାତ୍ରୀଙ୍କୁ ପୁରୀରୁ ଠାବ କରିଛି ଭରତପୁର ଥାନା ପୋଲିସ। ଦୁଇ ଜଣଙ୍କୁ ଠାବ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି। ସୂଚନା ଅନୁସାରେ ବୁଧବାର ଦୁଇ ଛାତ୍ରୀ ଘାଟିକିଆ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥିଲେ । ହେଲେ ଅପରାହ୍ନ ୪ଟାବେଳେ ସ୍କୁଲ ଛୁଟି ହେବା ପରେ ଘରକୁ ନଫେରି କେଉଁଆଡେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ । ଏ ନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଭରତପୁର ପୋଲିସ ଛାନଭିନ୍ ଜାରି ରଖିଥିଲା। ଗୁରୁବାର ପୁରୀରୁ ପୋଲିସ ନିଖୋଜ ଛାତ୍ରୀଙ୍କୁ ଠାବ କରିଛି।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….