Report Card Odisha

| Daily Odia News

ହେମନ୍ତ ସୋରେନଙ୍କୁ ୧୫ଦିନିଆ ରିମାଣ୍ଡରେ ନେଇପାରେ ଇଡ଼ି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇସ୍ତଫା ଦେବାପରେ ଇଡି ଗିରଫ କରିଛି | ଏହାପରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ବଢିବାରେ ଲାଗିଛି। ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ କୋର୍ଟରେ ହାଜର କରିବ। ବୁଧବାର ବିଳମ୍ବିତ ରାତିରେ ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ହେମନ୍ତ ଗିରଫ ହେବା ପରେ ଇଡି ତାଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇପାରେ। ସେପଟେ ଚମ୍ପଇ ସୋରେନ ଗୁରୁବାର ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ଝାଡଖଣ୍ଡ ସରକାରରେ ଏବେ ପରିବହନ ମନ୍ତ୍ରୀ ଅଛନ୍ତି ଚମ୍ପଇ। ହେମନ୍ତ ସୋରେନଙ୍କ ଅତ୍ୟନ୍ତ ବିଶ୍ୱାସ ଯୋଗ୍ୟ ହେଉଛନ୍ତି ଚମ୍ପଇ ସୋରେନ। ଗିରଫ ହେବା ପରେ ହେମନ୍ତ ସୋରେନ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ହେମନ୍ତ ଗିରଫ ହେବା ପରେ ‘ଇଣ୍ଡିଆ’ମେଣ୍ଟରେ ଥିବା ନେତାମାନେ ଏକାଠି ହୋଇ ଜୁରୁରୀ ବୈଠକ କରିଥିଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ହୋଇଥିବା ବୈଠକରେ ସୋନିଆ ଗାନ୍ଧୀ, ସିପିଆଇ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଏନସିପି ସୁପ୍ରିମୋ ଶରଦ ପାୱାର ଏବଂ ଡିଏମକେ ନେତା ଉପସ୍ଥିତ ରହିଥିଲେ।

 

Breaking News