ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯୁକ୍ତରାଷ୍ଟ୍ରର ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ୟୁନାଇଟେଡ୍ ଏୟାରଲାଇନ୍ସର ବିମାନ ମଧ୍ୟରୋ ଧକ୍କା ହୋଇଛି। ସିଏନ୍ଏନ୍ ଫେଡେରାଲ ଆଭିଏଶନ ଆଡ୍ମିନିଷ୍ଟ୍ରେଶନ କୁ ଦର୍ଶାଇ କହିଛି, ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରୁଥିବା ଦୁଇଟି ୟୁନାଇଟେଡ ଏୟାରଲାଇନ୍ସର ବିମାନ ସୋମବାର ସ୍ଥାନୀୟ ସମୟ ପ୍ରାୟ ୮.୩୦ରେ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଏଫ୍ଏଏ ଏହାର ବିବୃତିରେ କହିଛି, ୟୁନାଇଟେଡ ଏୟାରଲାଇନ୍ସ ଫ୍ଲାଇଟ୍ ୫୧୫ର ଡାହାଣ ଓ୍ବିଙ୍ଗ୍ ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ୟୁନାଇଟେଡ ଏୟାରଲାଇନ୍ସ ଫ୍ଲାଇଟ ୨୬୭ର ପଛକୁ ଧକ୍କା ଦେଇଛି। ଯାହାପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….