ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାରା ଦେଶରେ କରୋନାର ଦ୍ଵିତୀୟ ଲହର ଜାରିରହିଛି । ତୃତୀୟ ଲହାରକୁ ନେଇ ସମସ୍ତେ ଭୟରେ ଥିବାବେଳେ ପୁଡୁଚେରୀରେ ୨୦ ଜଣ ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି | ଅନେକ ରାଜ୍ୟରେ କଟକଣା ସହ ତାଲାବନ୍ଦ ବୃଦ୍ଧି କରାଯାଉଛି। ପୁଡୁଚେରୀରେ ୨୦ ଜଣ ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ଶିଶୁ ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଜଟିଳ ପରିସ୍ଥିତି ଦେଖାଦେଇଛି। ସମସ୍ତ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପିଲାମାନଙ୍କର ବୟସର ବିବରଣୀ ସଂଗ୍ରହ କରାଯାଉଠିବା ନେଇ ସୂଚନା ମିଳିଛି ।






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……