ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନ ପଞ୍ଜଶୀର ଉପତ୍ୟକାରେ ତାଲିବାନର ବର୍ବରତା। ତାଲିବାନ କ୍ଷମତାକୁ ଆସୁଆସୁ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଛି | ୨୦ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି ତାଲିବାନ। ପୀଡିତଙ୍କ ମଧ୍ୟରେ ଜଣେ ଦୋକାନୀ ଥିବା ଜଣାପଡ଼ିଛି। ମୃତ୍ୟୁ ପୂର୍ବରୁ ଦୋକାନୀଜଣକ ତାଲିବାନକୁ କହିଥିଲେ ଯେ, ମୁଁ କେବଳ ଜଣେ ଗରିବ ଦୋକାନ ମାଲିକ ଏବଂ ଯୁଦ୍ଧ ସହିତ ମୋର କୌଣସି ସମ୍ପର୍କ ନାହିଁ | ଏହା କହିବା ସତ୍ତ୍ବେ ମଧ୍ୟ ତାଲିବାନମାନେ ରେଜିଷ୍ଟାନ୍ସ ଫୋର୍ସକୁ ସିମ୍ ବିକିଥିବା ଅଭିଯୋଗରେ ଦୋକାନୀଙ୍କୁ ଗିରଫ କରିଥିଲେ। କିଛି ଘଣ୍ଟା ପରେ ଦୋକାନୀଙ୍କ ମୃତଦେହ ତାଙ୍କ ଘର ଆଗରେ ପଡ଼ିଥିବା ଦେଖାଯାଇଥିଲା। ଗତ ମାସରେ ଅନ୍ତର୍ଜାତୀୟ ସୁରକ୍ଷା ବାହିନୀ ଯିବା ପରେ ତାଲିବାନ ପ୍ରତିଶ୍ରୁତି ଦେଇଥିଲା ଯେ, କ୍ଷମତାକୁ ଆସିଲେ ଦେଶରେ ଶାନ୍ତି ଆସିବ। କାହାକୁ ହତ୍ୟା କରାଯିବ ନାହିଁ। କିନ୍ତୁ ଏବେ ତାହାର ଠିକ ବିପରୀତ ହେଉଥିବା ଦେଖିବାକୁ ମିଳୁଛି। ଉଲ୍ଲେଖଯୋଗ୍ୟ, ତାଲିବାନ ଅଗଷ୍ଟ ୧୫ତାରିଖରୁ ଆଫଗାନିସ୍ତାନକୁ ଦଖଲ କରିସାରିଥିଲେ ବି ପଞ୍ଜଶୀର ଉପତ୍ୟକାକୁ ଦଖଲ କରିପାରିନାହିଁ। ଏପର୍ଯ୍ୟନ୍ତ ୬୦% ପଞ୍ଜଶୀର ଉପତ୍ୟକା ରେଜିଷ୍ଟାନ୍ସ ଫୋର୍ସ ହାତରେ ରହିଥିବା ବେଳେ ଏହାକୁ ଦଖଲ କରିବା ପାଇଁ ଯୁଦ୍ଧ ଜାରି ରହିଛି। ଏମଧ୍ୟରେ ପଞ୍ଜଶୀରକୁ ଦଖଲ କରିବା ପାଇଁ ତାଲିବାନ ନରହତ୍ୟା କରିବା ଆରମ୍ଭ କରିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..