ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଅପରାହ୍ନ ୩ ଟା ୪୫ ରେ ବସିବ କେନ୍ଦ୍ରୀୟ ମନ୍ତ୍ରୀ ପରିଷଦ ବୈଠକ | ଏହି ବୈଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ | ରାଷ୍ଟ୍ରପତି ଭବନ ଅଡିଟୋରିୟମରେ ଏହି ବୈଠକ ବସିବ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି । ଖବର ଅନୁଯାୟୀ -ଏହି ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାନେଇ ଜଣାପଡୁଛି । ସାଧାରଣତଃ ରାଷ୍ଟ୍ରପତି ଭବନ ଅଡିଟୋରିୟମରେ ଏହି ବୈଠକ ବସେନାହିଁ । ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ଜଣାପଡ଼ିନାହିଁ । ପ୍ରଧାନମନ୍ତ୍ରୀ କାଲି ଆଲିଗଡରେ ମହେନ୍ଦ୍ର ପ୍ରତାପ ସିଂହ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିବା ପରେ ,ଆଜି ଏହି ବୈଠକରେ ଯୋଗଦେବେ । ଅପରାହ୍ନ ୩ ଟା ୪୫ ରେ ଏହି ବୈଠକ ବସିବାକୁ ସ୍ଥିର ହୋଇଛି।
Discussion about this post