ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତିର ଅଭିବୃଦ୍ଧି ଘଟିବ। ଏନେଇ ଦୃଢ ଆଶା ପ୍ରକଟ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । କହିଛନ୍ତି କି ଆର୍ଥିକ ବର୍ଷର ପ୍ରଥମ ତିନିମାସ ତୁଳନାରେ ଅବଶିଷ୍ଟ ତିନିଟି ତ୍ରୟମାସିକରେ ଏହି ଅଭିବୃଦ୍ଧି ହାର ତ୍ୱରାନ୍ୱିତ ହେବ | ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ଦାସ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ୯.୫% ଅଭିବୃଦ୍ଧି ନେଇ ରିଜର୍ଭ ବ୍ୟାଙ୍କ ବେଶ୍ ସକାରାତ୍ମକ ମନୋଭାବ ସଂପନ୍ନ ରହିଛି। ଦେଶରେ ବିଭିନ୍ନ ଆର୍ଥିକ କାର୍ଯ୍ୟକଳାପକୁ ଉନ୍ମୁକ୍ତ କରାଯିବା ପରେ ଅର୍ଥନୀତିର ବିଭିନ୍ନ ସୂଚକରେ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ଏଥିରୁ ଅର୍ଥନୀତିର ଅଭିବୃଦ୍ଧି ହାର ୨୦୨୧-୨୦୨୨ ବର୍ଷରେ ଲକ୍ଷ୍ୟ ମୁତାବକ ହେବାନେଇ ଆରବିଆଇ ଆଶା କରୁଛି। ଶ୍ରୀ ଦାସ କହିଥିଲେ, କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ପ୍ରଭାବ କ୍ରମଶଃ ଦୂର ହେଉଛି ଏବଂ ଦ୍ୱିତୀୟ ତ୍ରୟାମାସିକରୁ ଅଭିବୃଦ୍ଧି ହାର ଉଦ୍ଧ୍ୱର୍ମୁଖୀ ହୋଇଚାଲିବ। ଏହି ଅବସରରେ ସେ କହିଥିଲେ ଯେ ଆରବିଆଇ ମୁଦ୍ରାସ୍ଫୀତିକୁ ୪%ରେ ରଖିବା ଲକ୍ଷ୍ୟ ମଧ୍ୟ ସମୟକ୍ରମେ ହାସଲ କରିବା ଲକ୍ଷ୍ୟ ରଖିଛି। ମୁଦ୍ରାସ୍ଫୀତିରେ ଆଉ ବିଶେଷ ବୃଦ୍ଧି ଆଶଙ୍କାକୁ ସେ ଅସ୍ୱୀକାର କରିଛନ୍ତି। ଦେଶରେ କୋଭିଡ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ ଏବଂ କୋଭିଡ ପରିଚାଳନାରେ ଦେଶର ଅଭିଜ୍ଞତା ଏହି ମହାମାରୀ ନିୟନ୍ତ୍ରଣ ସହିତ ଅର୍ଥନୀତିର ପୁନରୁଦ୍ଧାର ନେଇ ଦୃଢ ଆଶା ସଂଚାର କରିଛି।






More Stories
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି…..
ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ…..