ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି ଦଳର ଅନ୍ତରୀଣ ସଭାପତି ପଦରେ ରହିପାରନ୍ତି । ଦଳର ଶୀର୍ଷ ସ୍ତରରେ ରାହୁଲ ଗାନ୍ଧି ହିଁ ସବୁପ୍ରକାରର ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି । ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି ଯେ ସୋନିଆଙ୍କୁ ସହାୟତା କରିବାକୁ ଦଳ ୪ ଜଣ ଓ୍ବାର୍କିଂ ପ୍ରେସିଡେଣ୍ଟ ବା କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିବ । ଏହି ପଦପାଇଁ ଗାନ୍ଧି ପରିବାରର ବିଶ୍ବସ୍ତ ଲୋକମାନଙ୍କୁ ନିଯୁକ୍ତ କରାଯିବ । ଏହି ପଦ ପାଇଁ ସଚିନ ପାଇଲଟ, ଗୁଲାମ ନବି ଆଜାଦ,ମୁକୁଲ ଓ୍ବାସନିକ, କୁମାରୀ ଶୈଳଜା ଓ ରମେଶ ଚେନିତାଲା ଆଗୁଆ ଅଛନ୍ତି ବୋଲି ଜଣାପଡ଼ିଛି । ମହାସଚିବ ପଦରେ ଥିବା ପ୍ରିୟଙ୍କା ଏବେ ଉତ୍ତରପ୍ରଦେଶ ନିର୍ବାଚନ ଉପରେ ଫୋକସ କରୁଛନ୍ତି । ୨୦୧୯ ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧି ସଭାପତି ପଦରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସୋନିଆ ଦଳର ଅନ୍ତରୀଣ ସଭାପତି ଅଛନ୍ତି ।
Discussion about this post