ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ ରୁଷ ମଧ୍ୟରେ ଯୋଦ୍ଧ ଯୋଗୁଁ ସଂକଟସ ପରିସ୍ଥତି ରହିଛି | ଏହି ଯୋଦ୍ଧ ଉପରେ ସାରା ବିଶ୍ୱ ବାସୀଙ୍କ ନଜର ରହିଛି | ୟୁକ୍ରେନ ରେ ଥିବା ଭାରତୀୟ ମାନନେ ଭୟବିତ୍ତ ଅବସ୍ଥାରେ ରହିଥିଲେ | ଆଜି ୨୧୯ ଭାରତୀୟଙ୍କୁ ନେଇ ଭାରତକୁ ଫେରୁଛି ପ୍ରଥମ ବିମାନ । ରେମାନିଆରୁ ମୁମ୍ବାଇ ଅଭିମୁଖେ ପ୍ରଥମ ବିମାନ ଉଡାଣ ହୋଇଛି | ଏନେଇ ଆଜି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୂଚନା ଦେଇଥନ୍ତା। ସେ ଆହୁରି କହିଛନ୍ତି ଯେ, ଆମେ ଅଗ୍ରଗତି କରୁଛୁ ଏବଂ ଆମ ଦଳ ୨୪ ଘଣ୍ଟା ଗ୍ରାଉଣ୍ଡ ଉପରେ ପହରା ଦେବା ସହ ମୁଁ ନିଜେ ପରିସ୍ଥିତି ଉପରେ ନଜର ରଖିଛି । ୟୁକ୍ରେନରେ ଯୁଦ୍ଧ ଯୋଗୁଁ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରି ସାରିଛି ଭାରତ । ପ୍ରଥମେ ସଡକ ରାସ୍ତାରେ ୟୁକ୍ରେନର ପଡୋଶୀ ରାଷ୍ଟ୍ରକୁ ପଠାଯିବା ପରେ ସେଠାରୁ ଏୟାର ଇଣ୍ଡିଆ ସାହାଯ୍ୟରେ ଦେଶକୁ ଫେରାଇ ଆଣୁଛି ସରକାର । ଏହି ପରିପ୍ରେକ୍ଷୀରେ ପ୍ରଥମ ବିମାନ ରୋମାନିଆରୁ ୨୧୯ ଭାରତୀୟଙ୍କୁ ଧରି ଭାରତକୁ ଫେରୁଛି । ଏହି ବିମାନ ଆସନ୍ତା ରବିବାର ପ୍ରାୟ ରାତ୍ର ୧.୫୦ରେ ଦିଲ୍ଲୀ ଏୟାରପୋର୍ଯରେ ଅବତରଣ କରିବ । ସେହିପରି ଆଜି ମଧ୍ୟ ଦ୍ୱିତୀୟ ବିମାନ ଅପରାହ୍ନ ୪.୧୫ରେ ଭାରତ ଅଭିମୁଖେ ଉଡାଣ ଭରିବ ଯାହା ରବିବାର ସକାଳ ୭.୪୦ରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବ । ୟୁକ୍ରେନରୁ ଆସୁଥିବା ଭାରତୀୟଙ୍କ ପାଇଁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ସମସ୍ତ ପ୍ରସ୍ତୁତି କରାଯାଉଛି । ଫଳରେ ୟୁକ୍ରେନରୁ ଫେରୁଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଯାଇ ପାରିବ ।






More Stories
ନୀତୀଶ ହେବେ ଉପ-ପ୍ରଧାନମନ୍ତ୍ରୀ !…..
ଦିଲ୍ଲୀରେ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…..
କିଭ୍ ଉପରେ ରୁଷ୍ର ଆକ୍ରମଣ; ୩୦ମୃତ…..