ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା କାଲି ଅର୍ଥାତ ୨୨ତାରିଖ ରୁ ଚାରି ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତ କାଳରେ ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଳା ହାରିସ୍ ଓ ଆପଲ୍ କମ୍ପାନୀ ସିଇଓ ଟିମ୍ କୁକ୍ଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ଆମେରିକାରେ ମୋଦୀ କ୍ବାଦ ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ ବୈଠକରେ ଜାପାନ ଓ ଅଷ୍ଟ୍ରେଲିଆ ପ୍ରତିପକ୍ଷ ୟୋସିହିଦେ ସୁଗା ଓ ସ୍କଟ୍ ମୋରିସନଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ସେପ୍ଟେମ୍ବର ୨୫ରେ ମୋଦୀ ନ୍ୟୁୟର୍କରେ ଆୟୋଜିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଉଦ୍ବୋଧନ ଦେବେ ବୋଲି ସୂଚନା ମିଳିଛି ।






More Stories
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……
ବିମାନବନ୍ଦରରୁ ୧୪ ବିମାନ ସ୍ଥାନାନ୍ତରିତ…..
ଆମେରିକାରେ ଭାରତୀୟଙ୍କୁ ହତ୍ୟା…..