Report Card Odisha

| Daily Odia News

୬ ଟଙ୍କାର କ୍ୟାରି ବ୍ୟାଗ ପାଇଁ ୨୫ ହଜାର ଗଣିଲେ…..

ରିପୋର୍ଟ କାର୍ଡ / କଟକ

୬ ଟଙ୍କାର କ୍ୟାରି ବ୍ୟାଗ ପାଇଁ ୨୫ ହଜାର ଟଙ୍କାର ତଣ୍ଡ ଜାଣିଛି ସପିଂ ମଲ । କଟକ ଦୋଳମୁଣ୍ଡାଇର ଏକ ସପିଂ ମଲ କୁ ଏଭଳି ଦଣ୍ଡିତ କରିଛନ୍ତି ଖାଉଟି ଅଦାଲତ । କୌଣସି ପୂର୍ବ ସୂଚନା ବିନା ଗ୍ରାହକଙ୍କଠାରୁ ୬ ଟଙ୍କା ଆଦାୟ କରିବା ମହଙ୍ଗା ପଡ଼ିଲା। ଏହାଦ୍ୱାରା ଆବେଦନକାରୀ ମାନସିକ ଭାବେ ନିର୍ଯାତିତା ହୋଇଥିବା ଅଭିଯୋଗ କରିବା ପରେ ଏହି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ । ଦୋଳମୁଣ୍ଡେଇ ଅଞ୍ଚଳସ୍ଥିତ ଏକ ସପିଂ ମଲକୁ ଆବେଦନକାରୀ ପଦ୍ମଲୋଚନ ରାଉତ କିଛି ଦିନ ପୂର୍ବରୁ ସପିଂ ପାଇଁ ଯାଇଥିଲେ। ସେଠାରେ କ୍ୟାରି ବ୍ୟାଗ ପାଇଁ ପାଇଁ ତାଙ୍କଠାରୁ ୬ ଟଙ୍କା ନିଆଯାଇଥିଲା । ଏହାକୁ ପଦ୍ମଲୋଚନ ଦୃଢ ବିରୋଧ କରିଥିବା ବେଳେ ଆଇନର ଦ୍ୱାରସ୍ଥ ହୋଇଥିଲେ। ନିଜ ଆବେଦନରେ ପଦ୍ମଲୋଚନ ଦର୍ଶାଇଥିଲେ, ସପିଙ୍ଗ କରିବା ସମୟରେ କ୍ୟାରି ବ୍ୟାଗ୍ ପାଇଁ ତାଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ବୋଲି କୁହାଯାଇନଥିଲା । ଏହା ବିରୋଧରେ ସମ୍ପୃକ୍ତ ମଲ୍‌କୁ ଲିଗାଲ ନୋଟିସ ପଠା ଯାଇଥିବା ବେଳେ କିଛି ସୁଫଳ ମିଳି ନ ଥିଲା। ଯାହାକୁ ନେଇ ପଦ୍ମଲୋଚନ ଜିଲ୍ଲା ଖାଉଟି କମିଶନରେ ମାମଲା ରୁଜୁ କରିଥିଲେ । ଜିଲ୍ଲା ଖାଉଟି ଅଦାଲତ ଏହାର ଶୁଣାଣି କରି ସମ୍ପୃକ୍ତ ସପିଂ ମଲ୍‌କୁ ଏଭଳି ଦଣ୍ଡିତ କରିଥିବା ଜଣାପଡିଛି | ।

Breaking News