ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗ୍ରୀସ ଉପକୂଳ ନିକଟସ୍ଥ ଆୟୋନିଆନ ସାଗରରେ ଯାଉଥିବା ଏକ କ୍ରୁଜ ଜାହାଜରେ ନିଆଁ ଲାଗିଯାଇଛି । ଜାହାଜରେ ଥିବା ପ୍ରାୟ ୨୩୭ ଯାତ୍ରୀଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯାଇଛି | ଯାହାକି ଏକ ବଡ଼ ବିପର୍ଯ୍ୟୟକୁ ଏଡ଼ାଇ ଦିଆଯାଇଛି | ମିଳିଥିବା ସୂଚନା ଅନୁସାରେ ୟୁରୋଫେରି ଅଲିମ୍ପିଆ କ୍ରୁଜ ଜାହାଜଟି ଗ୍ରୀସ ଉପକୂଳ ଆୟୋନିଆନ ସାଗରରେ ଥିବାବେଳେ ସେଥିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏହି ଜାହାଜଟି ଗ୍ରୀସର ଇଗୋମେନିସା ବନ୍ଦରରୁ ଇଟାଲିର ବ୍ରିଣ୍ଡିସି ଯାଉଥିଲା । ଇଗୋମେନିସା ହେଉଛି ଗ୍ରୀସର କେତୋଟି ବଡ଼ ବନ୍ଦର ମଧ୍ୟରୁ ଅନ୍ୟତମ । ଇଗୋମେନିସା ବନ୍ଦର ଛାଡ଼ିବାର ୯ ଘଣ୍ଟା ପରେ ସେଥିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଖବର ମିଳିବା ପରେ ସେଥିରେ ଉଦ୍ଧାରକାରୀ ଦଳମାନେ ଲାଇଫ୍ ବୋଟ୍ ମାଧ୍ୟମରେ ସମସ୍ତ ୨୩୭ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଏହି ଯାତ୍ରୀଙ୍କ ବ୍ୟତୀତ, ଜାହାଜରେ ୫୦ ଜଣ କ୍ରିୟୁ ମେମ୍ବର ବା ଜାହଜ କର୍ମଚାରୀ ଥିଲେ । ସେମାନଙ୍କୁ ମଧ୍ୟ ଲାଇଫ ବୋଟ ମାଧ୍ୟମରେ ଉଦ୍ଧାର କରାଯାଇଛି । ତେବେ ଯାତ୍ରୀ କିମ୍ବା କର୍ମଚାରୀ ଆହତ ହୋଇଥିବାର କୌଣସି ଖବର ମିଳିପାରି ନାହିଁ । ଯାତ୍ରୀ ଓ କର୍ମଚାରୀମାନଙ୍କୁ କୋର୍ଫୁ ଦ୍ବୀପରେ ଥିବା ହସପିଟାଲକୁ ନିଆଯାଇଛି । ଗ୍ରୀକ୍ ସମ୍ବାଦ ଓ୍ବେବସାଇଟ ପ୍ରୋଟୋ ଥେମାରେ ଅପଲୋଡ ହୋଇଥିବା ଏକ ଭିଡିଓରେ ଜଳୁଥିବା ଜାହାଜର ନିଆଁ ବହୁତ ଉପରକୁ ଉଠୁଥିବା ଦେଖାଯାଉଛି ।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
ଜୁନ ୧ରୁ ବଦଳିବ ଏହି ସବୁ ନିୟମ…..