ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୂର୍ବତନ ଆପ୍ ନେତା କୁମାର ବିଶ୍ୱାସ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ଯୋଡ଼ିଥିଲେ। ଏହାର ଜବାବ ଦେଇ କେଜ୍ରିୱାଲ ସବୁ ଦଳର ଶୀର୍ଷ ନେତାମାନଙ୍କୁ ତେର୍ଚ୍ଛାବାଣ ମାରିଛନ୍ତି। ସେ କହିଛନ୍ତି, “ମୁଁ ସମ୍ଭବତଃ ଗୋଟିଏ ଭଲ ଆତଙ୍କବାଦୀ ଯିଏ ଲୋକଙ୍କ ପାଇଁ ସ୍କୁଲ ଓ ହସ୍ପିଟାଲ ତିଆରି କରିଛି।” ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଯଦି ମୁଁ ବିଚ୍ଛିନ୍ନତାବାଦୀଙ୍କ ସମର୍ଥକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣିଥିଲେ, ତା’ହେଲେ ସେ କାହିଁକି ମୋ ବିରୋଧରେ ତଦନ୍ତ କଲେ ନାହିଁ କି ପ୍ରମାଣ ଉପସ୍ଥାପନ କଲେ ନାହିଁ? ସେମାନେ(ବିଜେପି ଓ କଂଗ୍ରେସ ନେତା) ୧୦ ବର୍ଷ ହେଲେ ମୋତେ ଏମିତି କହି ଆସୁଛନ୍ତି। ଅରବିନ୍ଦ କେଜ୍ରିୱାଲ ଦେଶକୁ ଦୁଇ ଭାଗରେ ବିଭକ୍ତ କରିବେ ଓ ଗୋଟିଏ ଭାଗ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ସେମାନେ ଅଭିଯୋଗ କରୁଛନ୍ତି। କିନ୍ତୁ ଏହା ଏକ କମେଡି। ଏପରି ଦାବି ଉପରେ କେବଳ ହସିବା ଦରକାର ।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……