ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟର ଆଜି ମୋଟ୍ ୮୫୧ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଦ୍ୱିତୀୟ ଦିନରେ ୩୦୬ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗଣତି ଜାରି ରହିଛି। ତେବେ ଦିନ ୨ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ଅନୁଯାୟୀ ବିଜେଡି ୫୩୯ ଜିଲ୍ଲା ପରିଷଦ ଜୋନରେ ଆଗୁଆ ଥିବା ବେଳେ ବିଜେପି ୩୯ ଓ କଂଗ୍ରେସ ୨୯ ଟିରେ ଆଗୁଆ ରହିଛି। ଏଣେ ଅନ୍ୟ ଦଳର ପ୍ରାର୍ଥୀମାନେ ୮ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛନ୍ତି। ତେବେ ଦ୍ବିତୀୟ ଦିନର ଭୋଟ୍ ଗଣତିର ଟ୍ରେଣ୍ଡ ଅନୁଯାୟୀ ୩୦୫ଟି ଜୋନରୁ ବିଜେଡି ୨୪୫ଟି ଜୋନରେ ଆଗୁଆ ରହିଛି, ବିଜେପି ୨୩ ଏବଂ କଂଗ୍ରେସ ୧୫ ଜୋନରେ ଆଗୁଆ ରହିଛି । ସେହିପରି ଅନ୍ୟ ଦଳ ୩ଟି ଓ ଗୋଟିକରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..