ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ ଓ କଶ୍ମୀରର କୁଲ୍ଗାମ୍ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ କରି ସେନାର ୩ଜଣ ଯବାନ ସହିଦ ହୋଇଛନ୍ତି | ଜଣେ ପୋଲିସ ଅଧିକାରୀ କହିଛନ୍ତି, ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ନିରାପତ୍ତା ବଳ ଦକ୍ଷିଣ କଶ୍ମୀରର କୁଲ୍ଗାମ୍ ଜିଲ୍ଲା ଅନ୍ତର୍ଗତ ହାଲାନ୍ ଅରଣ୍ୟାଞ୍ଚଳ ଉପର ପ୍ରାନ୍ତରେ ‘କର୍ଡନ୍-ଆଣ୍ଡ୍-ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ, ସେଠାରେ ଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇବାରୁ ନିରାପତ୍ତା ବଳ ପାଲଟା ଗୁଳି ଚାଳନା କଲା। ଫଳରେ ଏନ୍କାଉଣ୍ଟର୍ର ସୂତ୍ରପାତ ହେଲା ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗୁଳି ବିନିମୟ ସମୟରେ ନିରାପତ୍ତା ବଳର ୩ଜଣ ଯବାନ ଆହତ ହୋଇଥିଲେ। କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଲା। ଟୁଇଟ୍ କରି ଶ୍ରୀନଗରସ୍ଥିତ ସେନାର ଚିନାର କର୍ପସ୍ ଲେଖିଛି: କୁଲ୍ଗାମ୍ରେ ‘ଅପରେସନ୍ ହାଲାନ୍’। କୁଲ୍ଗାମ୍ ଅନ୍ତର୍ଗତ ହାଲାନ୍ର ଉପର ପ୍ରାନ୍ତରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୁନିର୍ଦ୍ଦିଷ୍ଟ ସୂଚନା ପାଇ ୨୦୨୩ ଅଗଷ୍ଟ ୪ ତାରିଖରେ ନିରାପତ୍ତା ବଳ ଅଭିଯାନ ଆରମ୍ଭ କରିଥିଲା। ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ କରି ୩ଜଣ ଯବାନ ଆହତ ହୋଇଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଗଲା। ଘଟଣାସ୍ଥଳରେ ତଲାସ ଅଭିଯାନ ଜାରି ରହିଛି। ସଦ୍ୟତମ ସୂଚନା ଅନୁସାରେ, ସେ ଅଞ୍ଚଳକୁ ଅଧିକ ସେନା ଯବାନ ଯାଇ ତଲାସ ଅଭିଯାନ ତୀବ୍ରତର କରିଛନ୍ତି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..