ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ନିର୍ବାଚନ ହାରିବା ପରେ ଆମ୍ ଆଦମୀ ପାର୍ଟିକୁ ଆଉ ଏକ ବଡ଼ ଝଟକା ଲାଗିଛି। ଶନିବାର ଦଳର ୩ ଜଣ ପାର୍ଷଦ ବିଜେପିରେ ଯୋଗ ଦେଇଛନ୍ତି। ଏହା ଫଳରେ ଆଗାମୀ ମେୟର ନିର୍ବାଚନରେ ବିଜେପି ପାଇଁ ସ୍ଥିତି ସୁବିଧାଜନକ ହେବ । ଆପ୍ ଛାଡୁଥିବା ପାର୍ଷଦଙ୍କ ନାମ ଅନୀତା ବସୋୟା, ନିଖିଲ ଚାପରିଆ ଏବଂ ଧର୍ମବୀର। ଅନିତା ହେଉଛନ୍ତି ଆଣ୍ଡ୍ରୁଜ୍ ଗଞ୍ଜର ପାର୍ଷଦ, ନିଖିଲ ବଦରପୁରର ଏବଂ ଧର୍ମବୀର ଆରକେ ପୁରମର ପାର୍ଷଦ। ବିଜେପି ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବ ଏହି ପାର୍ଷଦମାନଙ୍କୁ ଦଳରେ ସ୍ୱାଗତ କରିଥିଲେ। ଦିଲ୍ଲୀରେ ଆପର ପରାଜୟର ଏହା କିଛି ମାତ୍ରାରେ ପାର୍ଶ୍ୱ ପ୍ରତିକ୍ରିୟା ବୋଲି କୁହାଯାଉଛି।






More Stories
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..
ପିଟି ହେଲା ଦୁଇ ବିମାନର ଡେଣା…..