ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭାରେ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣ ପାତ୍ର ଏବଂ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ମୁହାଁମୁହିଁ ହୋଇଛନ୍ତି । କୃଷ୍ଣପାତ୍ର କଲେକ୍ସନରେ ମାତିଥିବା ତାରା ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ରାଜ୍ୟର ଯେତେ ମହିଳା ଥିଲେ, ସମସ୍ତଙ୍କୁ ଲୋଭ ଦେଖାଇ ଠକିଛି ପୂର୍ବ ସରକାର। ଏବେକା ସରକାର ସେମାନଙ୍କ ପାଇଁ କିଛି କରନ୍ତୁ ବୋଲି କହିଛନ୍ତି ତାରା । ଅନ୍ୟପକ୍ଷରେ ତାରାଙ୍କ କଥାକୁ ଚ୍ୟାଲେଞ୍ଜ କରିଛନ୍ତି କୃଷ୍ଣ। ସେ କହିଛନ୍ତି, ତାରା ସବୁବେଳେ ହାଲୁକା ମନ୍ତବ୍ୟ ଦିଅନ୍ତି, ସେ କ’ଣ କୁହନ୍ତି ନିଜେ ଜାଣି ପାରନ୍ତିନି। ଭୋକ ବିକଳରେ ତାରା ତାଟିଆ କାମୁଡୁଛନ୍ତି। ଛୋଟ କଥା କହିବା ତାଙ୍କ ପ୍ରକୃତି। ସେ ମୋ’ ବିଷୟରେ ଯାହା କହିଛନ୍ତି ମିଛ, ଆମ ସରକାର ଶୁଦ୍ଧ ଆଉ ପବିତ୍ର ବୋଲି କୃଷ୍ଣ କହିଛନ୍ତି।






More Stories
ଆଗୁଆ ସ୍କୁଲ ଛୁଟି ଘୋଷଣା କଲେ ସରକାର…..
କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବକୁ ମଞ୍ଜୁରୀ…..
ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟିଂ ଆରମ୍ଭ….