Report Card Odisha

| Daily Odia News

୩ ମହଲା କୋଠାରେ ଅଗ୍ନିକାଣ୍ଡ,୪ ମୃତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀର ପୁରୁଣା ସେମାପୁରୀ ଅଞ୍ଚଳରେ ତିନି ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ଖବର ମିଳିଛି। ତେବେ ଅଗ୍ନିକାଣ୍ଡ କିପରି ଘଟିଛି ତାହା ଏପର୍ୟ୍ୟନ୍ତ ଜଣା ପଡିନାହିଁ। ବିଲ୍ଡିଂର ତୃତୀୟ ମହଲା କୋଠରୀରୁ ସମସ୍ତ ମୃତଦେହ ଜବତ କରିଥିବା ପୋଲିସ କହିଛି। ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ଭୋର ୪ଟା ସମୟରେ ନିଆଁ ଲାଗିବା ନେଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଲିସ ଓ ଅନ୍ୟ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଘରର ତୃତୀୟ ମହଲାର ଏକ କୋଠରୀରେ ସମୁଦାୟ ଚାରିଟି ମୃତଦେହ ମିଳିଥିଲା। ସମସ୍ତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

 

Breaking News