ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୩ ମାସ ପାଇଁ ଅତିରିକ୍ତ ମାଗଣା ଚାଉଳ ମିଳିବ । ଅତିରିକ୍ତ ୫ କେ.ଜି ଚାଉଳ ଯୋଗାଇ ଦେବା ପାଇଁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ୨.୯୨ ଲକ୍ଷ ପରିବାରର ୯.୦୫ ଲକ୍ଷ ହିତାଧିକାରୀ ଉପକାର ପାଇବେ। ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୨୦୨୨, ଏହି ତିନି ମାସ ପାଇଁ ହିତାଧିକାରୀ ମାନେ ଏନଏଫଏସଏ ହିତାଧିକାରୀମାନଙ୍କ ପରି ମୁଣ୍ଡପିଚ୍ଛା ମାସକୁ ୫ କେ.ଜି ଲେଖାଏ ଅତିରିକ୍ତ ଚାଉଳ ମାଗଣାରେ ପାଇପାରିବେ। ଏଥିପାଇଁ ରାଜ୍ୟ ସରକାର ୪୯ କୋଟି ଟଙ୍କା ଖର୍ଚ୍ଚ କରି ୧୩,୫୭୫ ମେଟ୍ରିକ ଟନ୍ ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେବେ ବୋଲି ଜଣାଯାଇଛି।






More Stories
ଗ୍ୟାସ୍ କିଣିପାରିବେ ଶ୍ରମିକ, ବିଦ୍ୟାର୍ଥୀ…..
ଆସାମରେ ନିର୍ବାଚନ ପ୍ରଚାର କଲେ ମୋହନ…..
ଆଉ ଖୋଲାରେ ମିଳିବନି ଗ୍ୟାସ୍……