ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା କାଲି ସୁଦ୍ଧା ଫ୍ରାନ୍ସରୁ ଆଉ ୩ଟି ରାଫେଲ ଲଢୁଆ ବିମାନ ଭାରତରେ ପହଞ୍ଚିବ । ଏହି ବିମାନଗୁଡ଼ିକ ବୁଧବାର ସକାଳ ୭ଟା ବେଳେ ଫ୍ରାନ୍ସର ବୋରଡିକ୍ସରେ ଥିବା ମେରିଗନାଗ ଏୟାରବେସରୁ ଉଡ଼ାଣ ଆରମ୍ଭ କରିବେ । ଭାରତ ଆସିବା ବାଟରେ ଓମାନ ଉପସାଗର ଉପରେ ଉଡ଼ୁଥିବାବେଳେ ଏହି ବିମାନଗୁଡ଼ିକରେ ୟୁଏଇର ବାୟୁସେନାର ପରିବହନ ବିମାନ ଇନ୍ଧନ ଭର୍ତ୍ତି କରିବେ। ଏସବୁ ରାଫେଲ ବିମାନ ଅମ୍ବାଲା ବାୟୁସେନା ଘାଟିରେ ଓହ୍ଲାଇବେ । ଏହି ୩ଟି ବିମାନ ଆସିବା ପରେ ଭାରତରେ ଥିବା ରାଫେଲ ବିମାନ ସଂଖ୍ୟା ୧୪ରେ ପହଞ୍ଚିବ । ଏସବୁ ବିମାନ ଅମ୍ବାଲାରେ ଥିବା ଗୋଲଡେନ ଆରୋ ସ୍କ୍ବାର୍ଡନରେ ସାମିଲ ହେବେ। ଅନ୍ୟପକ୍ଷରେ ଆସନ୍ତା ଏପ୍ରିଲ ମଧ୍ୟ ଭାଗରେ ଆଉ କିଛି ରାଫେଲ ବିମାନ ଭାରତରେ ପହଞ୍ଚିବ । ସେସବୁ ବିମାନଗୁ଼ଡ଼ିକୁ ପଶ୍ଚିମବଙ୍ଗର ହାସିମୋରା ବାୟୁସେନା ଘାଟିରେ ମୁତୟନ କରାଯିବ। ଭାରତ ୫୯,୦୦୦ କୋଟି ଟଙ୍କା ବିନିମୟରେ ଫ୍ରାନ୍ସ ସହ ଚୁକ୍ତି କରିଛି ଏବଂ ଏହି ଚୁକ୍ତି ଅନୁସାରେ ଭାରତ ୨୦୨୨ ସୁଦ୍ଧା ମୋଟ ୩୬ଟି ରାଫେଲ୍ ବିମାନ ହାସଲ କରିବ ।
More Stories
ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟମ୍ପ୍ଙ୍କ ନିର୍ଦ୍ଦେଶ……
ଗଠନ ହେବ ଓଡିଶା ରାଜ୍ୟ ରାଜପଥ ପ୍ରାଧିକରଣ….
ସିଗାରେଟ୍ ଭିତରେ ଗଞ୍ଜେଇ ଜବତ…..