Report Card Odisha

| Daily Odia News

ନଦୀରେ ଭାସିିଯାଇ ୩ ଛାତ୍ର ନିଖୋଜ….

ରିପୋର୍ଟ କାର୍ଡ / ଜଗତସିଂପୁର

ଦେବୀ ନଦୀରେ ଭାସିିଯାଇ ୩ ଜଣ ଛାତ୍ର ନିଖୋଜ ହୋଇଯାଇଥିବା ବେଳେ ଜଣକର ମୃତ ଦେହ ଉଦ୍ଧାର ହୋଇଛି | ଅନ୍ୟ ୨ ଜଣ ନିଖୋଜ ରହିଛନ୍ତି |  ଜଗତସିଂହପୁର ଜିଲ୍ଲା ମାଛ ଗାଁ ନିକଟରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟ ଘଟିଛି । ସେମାନେ ସମସ୍ତ ଭୁବନେଶ୍ୱରର ରୁ ଯାଇଥିବା ଜଣାପଡିଛି । ନିଖୋଜ ଛାତ୍ର ଭୁବନେଶ୍ୱରରେ + ୨ ରେ ପଢୁଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସାହାର୍ଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଆମ୍ବଶାଳର ଜଣେ ଛାତ୍ର ନଦୀକୁ ଯାଇଥିଲା । ଗାଧୋଇବା ସମୟରେ ଅସାବଧାନତାବଶତଃ ସମସ୍ତେ ପାଣି ଭାସିଯାଇଥିବା ଅନୁମାନ କରାଯାଉଛି ।

Breaking News