ରିପୋର୍ଟ କାର୍ଡ / ଭୁବନେଶ୍ୱର
ବର୍ତ୍ତମାନ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଜାରିରହିଛି | ଶୃଙ୍ଖଳିତ ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପରୀକ୍ଷାରେ ଅନିୟମିତତା ଦେଖାଦେଇଛି | ଅନିୟମିତତା ଯୋଗୁଁ ୩ଟି କେନ୍ଦ୍ରର ଅଧୀକ୍ଷକଙ୍କୁ ସସପେଣ୍ଡ କରାଯିବା କଥା ସାମ୍ନାକୁ ଆସିଛି । ଏଥିରେ କଳାହାଣ୍ଡି, କଟକ ଓ ନୟାଗଡ଼ ଜିଲ୍ଲାର ୩ଟି ପରୀକ୍ଷା କେନ୍ଦ୍ରର ଅଧୀକ୍ଷକଙ୍କୁ ସସପେଣ୍ଡ କରାଯାଇଛି । ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଛି । ଏହି ପରୀକ୍ଷାଟି ଅନେକ କଡା ନିୟମ ମାଧ୍ୟମରେ କାର୍ଯ୍ୟକାରୀ ହେଉଛି । ୩ଟି ଜିଲ୍ଲାର କେନ୍ଦ୍ର ଅଧୀକ୍ଷକଙ୍କୁ ଅନିୟମିତତା ପାଇଁ ସସପେଣ୍ଡ କରାଯାଇଛି । ଏଥିରେ କଳାହାଣ୍ଡି, କଟକ ଓ ନୟାଗଡ଼ ଜିଲ୍ଲାର ତିନୋଟି ପରୀକ୍ଷା କେନ୍ଦ୍ରର ଅଧୀକ୍ଷଙ୍କୁ ସସପେଣ୍ଡ କରାଯାଇଛି । ଅନ୍ୟ ଏକ କେନ୍ଦ୍ରର ୪ଟି ଶିକ୍ଷକଙ୍କ ପାଖରେ ମୋବାଇଲ ରଖିଥିବାରୁ ତାଙ୍କୁ ସସପେଣ୍ଡ ସୁପାରିସ ହୋଇଛି । ଏଥର ପରୀକ୍ଷାକୁ ନେଇ ଅନେକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।






More Stories
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..