ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ କାଶ୍ମୀର ପୁଲୱାମାର ଚନ୍ଦଗାମ୍ ଅଞ୍ଚଳରେ ଭାରତୀୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି | ଏହି ଗୁଳିବିନିମୟରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ନିହତ ତିନି ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନି ନାଗରିକ ରହିଥିବା ଜଣାପଡିଛି | ମୃତ ଆତଙ୍କବାଦୀଙ୍କ ନିକଟରୁ ଆପତ୍ତିଜନକ ସାମଗ୍ରୀ, ୨ଟି ଏମ-୪ କାର୍ବାଇନ ଏବଂ ଗୋଟିଏ ଏକେ ସିରିଜ ରାଇଫଲ ସମେତ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି । କାଶ୍ମୀର ପୋଲିସ ଆଇଜି କହିଛନ୍ତି ଯେ ବର୍ତ୍ତମାନ ମଧ୍ୟ ସୁରକ୍ଷାବାହିନୀ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚନ୍ଦଗାମ୍ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି ।
More Stories
ଭାରତ ଉପରେ ୧୦୦ ପ୍ରତିଶତ ଟାରିଫ୍ ଚେତାବନୀ…..
ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ…..
ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ସି .ପି ରାଧାକୃଷ୍ଣନ…..