ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ କାଶ୍ମୀର ପୁଲୱାମାର ଚନ୍ଦଗାମ୍ ଅଞ୍ଚଳରେ ଭାରତୀୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି | ଏହି ଗୁଳିବିନିମୟରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ନିହତ ତିନି ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନି ନାଗରିକ ରହିଥିବା ଜଣାପଡିଛି | ମୃତ ଆତଙ୍କବାଦୀଙ୍କ ନିକଟରୁ ଆପତ୍ତିଜନକ ସାମଗ୍ରୀ, ୨ଟି ଏମ-୪ କାର୍ବାଇନ ଏବଂ ଗୋଟିଏ ଏକେ ସିରିଜ ରାଇଫଲ ସମେତ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି । କାଶ୍ମୀର ପୋଲିସ ଆଇଜି କହିଛନ୍ତି ଯେ ବର୍ତ୍ତମାନ ମଧ୍ୟ ସୁରକ୍ଷାବାହିନୀ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚନ୍ଦଗାମ୍ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି ।






More Stories
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..