ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେଲ୍ରେ ଥିବା ଡେରା ସଚ୍ଚା ସୌଦା ସଂଗଠନ ମୁଖ୍ୟ ଗୁରମିତ ରାମ ରହିମ୍ଙ୍କୁ ହରିୟାଣା ସରକାର ୩୦ଦିନିଆ ପାରୋଲ୍ ପ୍ରଦାନ କରିଛନ୍ତି। ସୂଚନାଥାଉ କି ଗତ ଜାନୁଆରୀରେ ରାମ ରହିମ୍ଙ୍କୁ ହରିୟାଣା ସରକାର ପାରୋଲ୍ ପ୍ରଦାନ କରିଥିବାବେଳେ ପୁନର୍ବାର ତାଙ୍କୁ ୩୦ଦିନିଆ ପାରୋଲ୍ ପ୍ରଦାନ କରାଯାଇଛି। ପାରୋଲ୍ ସମୟରେ ରାମ ରହିମ୍ ଉତ୍ତରପ୍ରଦେଶର ବାଗପତ୍ ଜିଲ୍ଲରେ ଥିବା ଆଶ୍ରମରେ ରହିବେ। ଶିର୍ସାସ୍ଥିତ ଆଶ୍ରମରେ ନିଜର ଦୁଇ ଅନୁଗାମୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ରାମ ରହିମ୍ ରୋହତକ୍ ଜେଲ୍ରେ ୨୦ ବର୍ଷର ସଜା କାଟୁଛନ୍ତି। ଚଳିତଥରକୁ ମିଶାଇ ରାମ ରହିମ୍ଙ୍କୁ ୫ଥର ପାରୋଲ୍ ପ୍ରଦାନ କରାଯାଇଛି। ରାମ ରହିମ୍ଙ୍କୁ ୩୦ ଦିନ ପାଇଁ ପାରୋଲ୍ ପ୍ରଦାନ କରଯାଇଥିବାବେଳେ ଏହି ସମୟରେ ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ପୋଲିସ କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି |






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..