Report Card Odisha

| Daily Odia News

ଟ୍ରେନ୍ ମୁହାଁମୁହିଁ ଧକ୍କା, ୩୦ ଯାତ୍ରୀ ମୃତ,ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି । ସିନ୍ଧର ଡହାରକି ଅଞ୍ଚଳରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି । ୩୦ ଜଣ ଯାତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି । ବର୍ତ୍ତମାନ ସମୟରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୋମବାର ସକାଳୁ ମିିଲ୍ଲତ ଏକ୍ସପ୍ରେସ ଓ ସରସଏଦ୍ ଏକ୍ସପେସ୍ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣା ଘୋଟକି ନିକଟରେ ହୋଇଥିବା ସୂଚନା ମିଳିଛି । ଗଣମାଧ୍ୟମ ସୂଚନା ଅନୁସାରେ ମିିଲ୍ଲତ ଏକ୍ସପ୍ରେସେ ଭାରସାମ୍ୟ ହରାଇ ଅନ୍ୟ ଟ୍ରାକ ଉପରକୁ ଚଢ଼ିଯାଇଥିଲା । ଫଳରେ ବିପରୀତ ଦିଗରୁ ଆସୁଥିବା ସରସଏଦ୍ ଏକ୍ସପ୍ରେସ ସହ ପରସ୍ପର ଧକ୍କା ହୋଇଥିଲେ । ଏହାଦ୍ୱାରା ମିଲ୍ଲତ ଏକ୍ସପ୍ରେସର ୮ ଓ ସରସଏଦ୍ ଏକ୍ସପ୍ରେର ଇଞ୍ଜିନ୍ ସମେତ ୪ଟି ବଗି ଧାରଣାଚ୍ୟୁତ ହୋଇଛି । ଏହି ବଡ଼ ଧରଣର ଦୁର୍ଘଟଣାରେ ୩୦ ଜଣ ପ୍ରାଣ ହରାଇଥିବା ପ୍ରାଥମିକ ସୂଚନା ମିଳିଛି । ଅନ୍ୟପଟେ ୪୦ରୁ ୫୦ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଅଗାମୀ ସମୟରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଅନେକ ସମ୍ଭାବନା ରହିଛି । ସୂଚନା ମୁତାବକ ପାହାନ୍ତା ୩ଟା ୪୫ରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର ୪ ଘଣ୍ଟା ବିତିଗଲା ପରେ ମଧ୍ୟ ଘଟଣାସ୍ଥଳରେ କୌଣସି ଅଧିକାରୀ ପହଞ୍ଚିନଥିବା ଅଭିଯୋଗ ହୋଇଛି । ଏବେ ବି ଅନେକ ଯାତ୍ରୀ ଦୁର୍ଘଟଣାରେ ଫସି ରହିଛନ୍ତି । କୁହାଯାଉଛି ଅନେକ ଯାତ୍ରୀ ଏପରି ଫସିକି ଅଛନ୍ତି, ଯାହାଙ୍କୁୁ ଟ୍ରେନ୍ କାଟି ବାହର କରିବାକୁ ପଡ଼ିବ । ଗୁରତରଙ୍କୁ ଟ୍ରାକ୍ଟର, ଟ୍ରଲିରେ ମେଡିକାଲ ବୁହାଯାଉଥବା କୁହାଯାଉଛି । ସାଢ଼େ ୯ଟା ସୁଦ୍ଧା ଦୁର୍ଘଟଣାସ୍ଥଳରେ ମେଡିକାଲ ଟିମ ପହଞ୍ଚିବ ବୋଲି ସୂଚନା ମିଳିଛି, ଆଉ ତା’ପରେ କ୍ଷୟକ୍ଷତିର ଆକଳନ ହେବ ।

Breaking News