ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ତାଣ୍ଡବ ରଚିଛି | କରୋନା କବଳରେ ହନ୍ତସନ୍ତ ହେଉଛନ୍ତି ଦେଶବାସୀ | ସଂକ୍ରମଣକୁ ରୋକିବା ପାଇଁ କିଛି ରାଜ୍ୟ ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିଥିବା ବେଳେ ଆଉ କେଉଁଠି କର୍ଫ୍ୟୁ ଜାରି ହୋଇଛି। କର୍ଣ୍ଣାଟକରେ ମଧ୍ୟ ଲକଡାଉନ ଜାରି ହୋଇଛି। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପାଖାପାଖି ୩ ହଜାର କରୋନା ରୋଗୀ ନିଖୋଜ ଅଛନ୍ତି। ସେମାନଙ୍କ କଣ୍ଟାକ୍ଟ ନମ୍ବର ମଧ୍ୟ ସ୍ବିଚ ଅଫ ଆସୁଛି। ଏଭଳି ସ୍ଥିତିରେ ନିଖୋଜ ଥିବା ସଂକ୍ରମିତଙ୍କୁ ଟ୍ରାକ କରିବା ପାଇଁ ପ୍ରଶାସନକୁ କଷ୍ଟକର ହୋଇପଡିଛି । ଏମାନଙ୍କୁ ଖୋଜିବା ପାଇଁ ପୋଲିସ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କର୍ଣ୍ଣାଟକର ରାଜସ୍ବ ମନ୍ତ୍ରୀ ଆର ଅଶୋକ ଦାବି କରିଛନ୍ତି, ନିଖୋଜ ଲୋକ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..