ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜ୍ୟରେ କମିବାର ନାଁ ନେଉନାହିଁ କରୋନା ଜନିତ ମୃତ୍ୟୁ ହାର। ଆଜି ରାଜ୍ୟରେ ପୁଣି ବଢିଛି କରୋନା ମୃତ୍ୟୁ ସଂଖ୍ୟା । ଗତକାଲି ୩୫ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ୨୪ ଘଣ୍ଟା ମଧ୍ୟରେ ପୁଣି ୩୭ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୭୯୧କୁ ବୃଦ୍ଧି ପାଇଛି। ଆଜି ଅନୁଗୁଳରୁ ସର୍ବାଧିକ କରୋନା ରୋଗୀ ଆଖି ବୁଜିଛନ୍ତି। ଏହି ଜିଲ୍ଲାରୁ ୫ ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ କଟକ ଓ କଳାହାଣ୍ଡିରୁ ୪ ଲେଖାଏଁ ଆଖି ବୁଜିଛନ୍ତି। ସେହିପରି ଝାରସୁଗୁଡ଼ା, ଖୋର୍ଦ୍ଧା, ନବରଙ୍ଗପୁର, ସୁନ୍ଦରଗଡ଼ରୁ ୩ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କେନ୍ଦ୍ରାପଡ଼ା, ନୂଆପଡ଼ା, ରାୟଗଡ଼ା, ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଅନ୍ୟପକ୍ଷେ ବଲାଙ୍ଗିର, ଗଜପତି, ଗଞ୍ଜାମ, କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।






More Stories
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….
୬ ସିଭିଲ ଜଜ୍ଙ୍କ ବଦଳି…..
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..