ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆଜି ରାଜ୍ୟରେ ୮,୭୩୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରାଣ୍ଟିନ୍ରେ ୪,୮୯୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ ୩,୮୪୩ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆଜି ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରେ ୧,୨୨୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୪୫୬, ବାଲେଶ୍ୱରରୁ ୫୬୬, ବରଗଡରୁ ୧୯୩, ଭଦ୍ରକରୁ ୧୪୭, ବଲାଙ୍ଗୀରରୁ ୪୯, ବୌଦ୍ଧରୁ ୧୩୭, କଟକରୁ ୬୭୩, ଦେବଗଡରୁ ୬୩, ଢେଙ୍କାନାଳରୁ ୫୦୩, ଗଜପତିରୁ ୮୦, ଗଞ୍ଜାମରୁ ୧୫୬, ଜଗତ୍ସିଂହପୁରରୁ ୩୮୨, ଜାଜପୁରରୁ ୫୦୭, ଝାରସୁଗୁଡାରୁ ୧୫୭, କଳାହାଣ୍ଡିରୁ ୧୭୭, କନ୍ଧମାଳରୁ ୬୫, କେନ୍ଦ୍ରାପଡାରୁ ୩୮୭, କେନ୍ଦୁଝରରୁ ୧୭୯, କୋରାପୁଟରୁ ୨୫୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ମାଲକାନଗିରିରୁ ୯୬, ମୟୂରଭଞ୍ଜରୁ ୩୪୨, ନବରଙ୍ଗପୁରରୁ ୨୬୪, ନୟାଗଡରୁ ୨୮୫, ନୂଆପଡାରୁ ୪୦, ପୁରୀରୁ ୪୬୭, ରାୟଗଡାରୁ ୯୦, ସମ୍ବଲପୁରରୁ ୧୭୭, ସୋନପୁରରୁ ୧୫୬, ସୁନ୍ଦରଗଡରୁ ୨୪୪ ଏବଂ ଷ୍ଟେଟ ପୁଲ୍ରୁ ଚିହ୍ନଟ ହୋଇଛନ୍ତି ୨୨୦ ଜଣ କରୋନା ଆକ୍ରାନ୍ତ।
ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୭୩,୭୩୨ ଛୁଇଁଥିବାବେଳେ ସୁସ୍ଥ ହୋଇଛନ୍ତି ୬,୮୦,୯୩୨ ଜଣ । ଗତକାଲି ୧୦,୪୦୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୮୯,୯୫୬ ଅଛି।
More Stories
ଅନଲାଇନ୍ ଗେମ୍ ନେଲା ଜୀବନ…..
ସରକାରକୁ ବଦନାମ କରିବା ଲାଗି ମନୁଷ୍ୟକୃତ ଆଳୁ ଅଭାବ…..
କୃଷି ଏବଂ କୃଷକଙ୍କ ଉନ୍ନତି ବିନା ଦେଶର ଉନ୍ନତି ସମ୍ଭବ ନୁହେଁ….