Report Card Odisha

| Daily Odia News

ବିଳମ୍ବ ହୋଇପାରେ ୧୮ରୁ ୪୪ ବର୍ଷ ବର୍ଗକୁ ଟିକାକରଣ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ। ମେ’ ୧ ତାରିଖରୁ ଦେଶବ୍ୟାପୀ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦେବାକୁ ଯୋଜନା ଥିବା ବେଳେ ରାଜ୍ୟରେ ଏହି ବର୍ଗଙ୍କ ଟିକାକରଣରେ ବିଳମ୍ବ ହୋଇପାରେ। ଟିକା ଆସିବାରେ ବିଳମ୍ବ ହେବାର ସମ୍ଭାବନା ଥିବାରୁ ନିର୍ଦ୍ଧାରିତ ସମୟରେ ଟିକାକରଣରେ ବିଳମ୍ବ ହୋଇପାରେ ବୋଲି ଆଜି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଶ୍ରୀ ପାଣିଗ୍ରାହୀ କହିଛନ୍ତି, ମେ’ ମାସରେ କୋଭିସିଲ୍ଡ ଟିକା ପହଞ୍ଚିବା ସମ୍ଭାବନା କ୍ଷୀଣ। ମେ’ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ୍ ଟିକା ଆସିପାରେ। କିନ୍ତୁ କୋଭିସିଲ୍ଡ ଟିକା ପହଞ୍ଚି ପାରିବ କି ନାହିଁ ତାହା କହିହେବ ନାହିଁ। କୋଭିସିଲ୍ଡ ଟିକା ପାଇଁ ଆମେ ଚିଠି ଲେଖିଛୁ ବୋଲି ସେ କହିଛନ୍ତି। ଟିକା ଉପଲବ୍ଧ ହେବା ପରେ ଟିକାକରଣ ହେବ। ଶ୍ରୀ ପାଣିଗ୍ରାହୀ ଆହୁରି କହିଛନ୍ତି, ଆସନ୍ତାକାଲିଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେବ। କୋ-ଓ୍ୱିନ୍ ପୋର୍ଟାଲକୁ ଯାଇ ୧୮ରୁ ୪୪ ବର୍ଷ ବୟସ୍କ ସମସ୍ତ ନାଗରିକ ପଞ୍ଜିକରଣ କରିପାରିବେ। କିନ୍ତୁ ବର୍ତ୍ତମାନ ସ୍ଲଟ୍‌ ଅଫ୍‌ ଆପଏଣ୍ଟମେଣ୍ଟ ମିଳିବନାହିଁ। ଯେବେ ଟିକା ମିଳିବ ସେହି ଅନୁସାରେ ପୋର୍ଟାଲ ଜରିଆରେ ଆମେ ସ୍ଲଟ୍‌ ଦେବୁ। ଯେତିକି ଟିକା ଅଛି ତାହା ୨ରୁ ୩ ଦିନ ଯିବ। ରାଜ୍ୟରେ ୧ଲକ୍ଷ ୨୩ହଜାର କୋଭିସିଲ୍ଡ ଅଛି। ୩ଲକ୍ଷ ୬୫ହଜାର କୋଭାକ୍ସିନ୍ ରହିଛି ।

Breaking News