Report Card Odisha

| Daily Odia News

ପ୍ରେମିକାକୁ ୪୩- ପ୍ରେମିକକୁ ୨୫ ବର୍ଷ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରେମ ମାନେନା ବୟସ | ପ୍ରେମିକାକୁ ୪୩କୁ, ପ୍ରେମିକକୁ ୨୫ ବର୍ଷ । ପରସ୍ପର ୮ବର୍ଷ ହେଲା ଭଲପାଉଥିଲେ , ଏକାଠି ବି ରହୁଥିଲେ । ଏଭଳି ପ୍ରେମ ସମ୍ପର୍କ ଦେଖିବାକୁ ମିଳିଛି ଜଣେ ଶିକ୍ଷୟତ୍ରୀ ଏବଂ ଛାତ୍ରଙ୍କ ମଧ୍ୟରେ | ଦିଦିଙ୍କ ବୟସ ଠାରୁ ଛାତ୍ରଙ୍କ ବୟସ ସାନ ବୋଲି ବାହା ହେବାକୁ ମନାକରିଦେଲା ପ୍ରେମିକ । ତେବେ ବିବାହ ପ୍ରସ୍ତାବରେ ରାଜି ନହେବାରୁ ଜୀବନ ହାରିଛନ୍ତି ପ୍ରେମିକା ଦିଦି। ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶବନମ୍‌ଙ୍କ ଆତ୍ମହତ୍ୟା ଘଟଣାରେ ଫିଟୁଛି ଏମିତି କିଛି ଗୁମର । ମିଳିଥିବା ସୂଚନା ମୁତାବକ- ଶବ୍‌ନମ୍‌ ଓ ତାଙ୍କୁ ପୁରୁଷ ବନ୍ଧୁ ରୋହନ ଓରାମଙ୍କ ମଧ୍ୟରେ ଦୀର୍ଘ ୮ବର୍ଷ ହେଲା ପ୍ରେମ ସଂପର୍କ ଥିଲା । ତେବେ ଉଭୟଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ମାସେ କି ୨ ମାସର ନୁହେଁ, ବରଂ ୨୦୧୮ମସିହାରୁ ଉଭୟଙ୍କ ମଧ୍ୟରେ ମତାନ୍ତର ଚାଲିଥିଲା । ରୋହନଙ୍କୁ ନିଜ ଠାରୁ କେବେବି ହେଲେ ଦୂରେଇ ଦେବାକୁ ଚାହୁଁନଥିଲେ ଶବନମ୍‌ । ରୋହନ ବୟସରେ ୧୮ ବର୍ଷ ସାନ ହେବା ପରେ ବି ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ ଶବନମ୍‌ । କିନ୍ତୁ ରୋହନଙ୍କୁ ଏ ପ୍ରସ୍ତାବ ମଞ୍ଜୁର ହେଉନଥିଲା । ସେ ପରିବାର ଲୋକଙ୍କୁ ମଧ୍ୟ ପ୍ରେମ ସମ୍ପର୍କ ବିଷୟରେ ନେଇ କିଛି କହିପାରୁନଥିଲେ । ତେଣୁ ବାଧ୍ୟ ହୋଇ ଗତ ୩ ବର୍ଷ ହେଲା ଶବନମ୍‌ଙ୍କୁ ମିଛ ସତ କହି ସମୟ ଗଡ଼ାଇ ଚାଲିଥିଲେ ରୋହନ । ତେବେ ରବିବାର ଦିନ ସକାଳ ସମୟରେ ଦିଦି ଆଉ ଥରେ ଛାତ୍ର ପ୍ରେମିକଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଯେଉଁଥିଲାଗି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । କିନ୍ତୁ ଶବନମ୍‌ ରୋହନଙ୍କୁ ବିବାହ କରିବାକୁ ଜିଦ୍‌ ଧରିଥିଲେ, ଶେଷରେ ରୋହନ ରୋକ୍‌ଠୋକ୍‌ ମନା କରିଦେଇଥିଲେ । ଶେଷରେ ଶବନମ୍‌ ଭାଙ୍ଗିପଡ଼ି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

Breaking News