ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ ଦିନ କେଇଟା ପରେ ପିପିଲି ଉପନିର୍ବାଚନ। ଏଥି ପାଇଁ ପ୍ରମୁଖ ଦଳ ନିଜ ନିଜର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ୩ ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଛନ୍ତି | ଆଜିଠାରୁ ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ନିର୍ବାଚନୀ ପ୍ରଚାର । ତେବେ ଏସବୁ ଭିତରେ ବିଜେଡ଼ି ନିଜ ପିପିଲି ଗଡ଼ ବଜାୟ ରଖିବାକୁ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି । ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ି ତାର ଦଳର ୪ ଜଣ ବରିଷ୍ଠ ନେତାଙ୍କୁ ପରିଚାଳନା ଦାୟିତ୍ୱ ଦେଇଛି । ଏହି ଚାରିଜଣଙ୍କ ମଧ୍ୟରେ ଦେବୀ ମିଶ୍ର, ସଂଜୟ ଦାଶ ବର୍ମା, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ରହିଛନ୍ତି । ଏହି ସମସ୍ତ ନେତା ପିପିଲିରେ ରହି ଦଳର ଉପନିର୍ବାଚନା ପରିଚାଳନାରେ ସହଯୋଗ କରିବେ ଏବଂ ତଦାରଖ ମଧ୍ୟ କରିବେ । ସୂଚନାଯୋଗ୍ୟ ଯେ, ପିପିଲି ଆସନକୁ ବିଜେଡ଼ିର ଗଡ଼ ବୋଲି କୁହାଯାଏ । ଦିବ୍ୟଙ୍ଗତ ବିଜେଡ଼ି ନେତା ପ୍ରଦୀପ ମହାରଥୀ ଏହି ଆସନରୁ ବିଜୟୀ ହେଉଥିଲା । ତେବେ ତାଙ୍କର ଅକଳା ବିୟୋଗ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ସେଥିପାଇଁ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି






More Stories
ଆଚାର ସଂହିତା ଶିଖିବେ ପିସିଆର କର୍ମଚାରୀ…..
ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା……
ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା:ପ୍ରମାଣ ନାହିଁ, ଲାଗିନି ଭିଡ ହିଂସା ଦଫା…..