ରିପୋର୍ଟ କାର୍ଡ / ମୁମ୍ବାଇ
ଫୋନରେ କାର୍ଟୁନ ଦେଖୁ ଦେଖୁ ୨ବର୍ଷର ଶିଶୁ ୪ମହଲାରୁ ଖସି ପଡ଼ିଛି। ଏଭଳି ଘଟଣା ଘଟିଛି ଗୁଜୁରାଟର ସୁରଟର | ଏହି ଦୃଶ୍ୟ ନିକଟରେ ଲାଗିଥିବା ସିସିଟିଭିରୁ ମିଳିଛି। ସୂଚନାଯୋଗ୍ୟ, ଘଟଣା ଘଟିଥିବା ଆପାର୍ଟମେଣ୍ଟରେ ୱାଶିମ ଅନସାରି ତାଙ୍କ ପତ୍ନୀ ଓ ଦୁଇବର୍ଷର ପୁଅ ୱାରିସ ବସବାସ କରନ୍ତି। ତେବେ ଅନସାରି କୌଣସି କାମରେ ବାହାରକୁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ପୁଅ ୱାରିସକୁ ଫୋନ ଧରାଇ ଦେଇ ଗାଧେଇବା ପାଇଁ ଚାଲି ଯାଇଥିଲେ। ଏହି ସମୟରେ ପୁଅ ଫୋନରେ କାର୍ଟୁନ ଦେଖୁଦେଖୁ ଜାଣି ନପାରି ୪ମହାଲର ବାଲକୋନିରୁ ତଳକୁ ପଡ଼ି ଯାଇଥିଲା। ଠିକ ଏହି ସମୟରେ ଶିଶୁଟିର ଶବ୍ଦ ଶୁଣି ସେହି ରାସ୍ତା ଦେଇଯାଉଥିବା ଜଣେ ବ୍ୟକ୍ତି ଉପରକୁ ଚାହିଁ ଦେଇଥିଲେ। ସେ କ’ଣ ଉପରୁ ଖସୁଛି ତାହା ଚିନ୍ତା କରିବା ପୂର୍ବରୁ ହାତ ବଢ଼ାଇ ଦେଇଥିଲେ। ଆଉ ଶିଶୁଟି ତାଙ୍କ ହାତ ଉପରେ ଆସି ଖସି ପଡ଼ି ଯାଇଥିଲ। ସୌଭାଗ୍ୟବଶତଃ ଶିଶୁର ଜୀବନ ବଞ୍ଚି ଯାଇଥିଲେ ହେଁ କିଛି ସ୍ଥାନରେ ଆଘାତ ଲାଗିଥିବା କୁହାଯାଉଛି। ଶିଶୁକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ୱାରିସଙ୍କ ମା’ଙ୍କ ଏଭଳି କାମ ପାଇଁ ତୀବ୍ର ନିନ୍ଦା କରାଯାଉଛି। ପିଲାମାନଙ୍କ ପ୍ରତି ମା’ ଓ ବାପା ଆଦୌ ଅବହେଳା କରିବା ଉଚିତ ନୁହେଁ ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..