ରିପୋର୍ଟ କାର୍ଡ / ମାଲକାନଗିରି
ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ଏନକାଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ଚାରି ଜଣ ହାଡକୋର ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ୩ ଜଣ ମହିଳା ମାଓବାଦୀ ରହିଛନ୍ତି । ମୃତ ମାଓବାଦୀଙ୍କ ନିକଟରୁ ୪ ଟି ବନ୍ଧୁକ ଜବତ ହୋଇଛି । ଗୋଟିଏ SLR, ୨ ଟି INSAS ଓ ଗୋଟିଏ ୩୦୩ ବନ୍ଧୁକ ଜବତ ହୋଇଛି ।ସୂଚନା ଅନୁସାରେ ମହାରାଷ୍ଟ୍ର ଗଡଚିରୋଲି ଓ ଛତିଶଗଡ଼ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଥିବା କୋପର୍ଶି ଜଙ୍ଗଲ ଭିତରେ ମାଓବାଦୀ ମାନେ ରହିଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ C-60 ବାହିନୀ ଓ CRPF ବାହିନୀ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ସମୟରେ ମାଓବାଦୀମାନେ ଯବାନଙ୍କ ଉପରେ ଅତର୍କିତ ଗୁଳିଚାଳନା ଆରମ୍ଭ କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ବାହିନୀ । ଖସି ପଳାଇଥିବା ଅନ୍ୟ ମାଓବାଦୀଙ୍କୁ ଖୋଜିବା ପାଇଁ ସେଠାରେ ଅପରେସନ ଜାରି ରହିଛି । ମାଓବାଦୀଙ୍କ ମୃତ ଦେହ ହେଲିକେପ୍ଟର ଯୋଗେ ଗଡଚିରୋଲି ନିଆଯାଇଛି ।






More Stories
ସାଦା ପୋଷାକରେ ଜଗିବ ପୋଲିସ…..
ଶ୍ରୀମୟୀଙ୍କ ବିସ୍ଫୋରକ ମନ୍ତବ୍ୟ……
୨୪ରେ ରାଜ୍ୟ କ୍ୟାବିନେଟ……