ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୮ଟି ଟ୍ରେନକୁ ମେ ୯ରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। ଏହି ୨୮ଟି ଟ୍ରେନ ମଧ୍ୟରେ ଶତାବ୍ଦୀ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ବନ୍ଦେ ଭାରତ ଏକ୍ସପ୍ରେସ ଓ ଦୂରନ୍ତ ଏକ୍ସପ୍ରେସ ରହିଛି। ବିଶେଷ କରି ଦିଲ୍ଲୀ ଦେଇ ବିଭିନ୍ନ ରାଜ୍ୟକୁ ଚଳାଚଳ କରୁଥିବା ଟ୍ରେନ ସେବାକୁ ସାମୟିକ ଭାବେ ବାତିଲ୍ କରାଯାଇଛି। ତେବେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଲେ ଯାଇ ପୁଣି ଥରେ ଏସବୁ ଟ୍ରେନ୍ ଚାଲିପାରେ ବୋଲି ଆଶଙ୍କା କରାଯାଉଛି। ସେହିପରି କରୋନା ସଂକ୍ରମଣ ପାଇଁ ଲକ ଡାଉନ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିଛି | ତେଣୁ ଯାତ୍ରୀ ନହେବାରୁ ପୂର୍ବତଟ ରେଳପଥ ପକ୍ଷରୁ ଆଉ ୪ଟି ଦୈନିକ ସ୍ବତନ୍ତ୍ର ଟ୍ରେନ୍ ବାତିଲ ହୋଇଛି। ଭୁବନେଶ୍ବର-ଜଗଦଲପୁର ସ୍ବତନ୍ତ୍ର ଟ୍ରେନ୍ ମେ’ ୮ରୁ ୨୨ ପର୍ଯ୍ୟନ୍ତ ବାତିଲ ହୋଇଥିବା ବେଳେ ଜଗଦଲପୁର-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍ ମେ’ ୯ରୁ ୨୩ ପର୍ଯ୍ୟନ୍ତ ବାତିଲ କରାଯାଇଛି। ବିଶାଖାପାଟଣା-କିରାଣ୍ଡୁଲ ଦୈନିକ ସ୍ବତନ୍ତ୍ର ଟ୍ରେନ ମେ’ ୭ରୁ ୨୧ ଏବଂ କିରାଣ୍ଡୁଲ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ ମେ’ ୮ରୁ ୨୨ ତାରିଖ ଯାଏ ବାତିଲ ରହିବ। ଓଡ଼ିଶାରେ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ଡାଉନ୍ ହେଉଥିବାରୁ ଆସନ୍ତା ଦୁଇ ସପ୍ତାହ ଲାଗି ୧୧ ଯୋଡ଼ା ଦୈନିକ ସ୍ବତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ହୋଇଛି। ମେ’ ୮, ୯, ୧୫ ଓ ୧୬ରେ ୨୨ଟି ଟ୍ରେନ୍ ବାତିଲ୍ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି। ଉକ୍ତ ଟ୍ରେନ୍ଗୁଡ଼ିକ ହେଲା, ଭୁବନେଶ୍ବର-କେନ୍ଦୁଝର-ଭୁବନେଶ୍ବର, ପୁରୀ-ଅନୁଗୁଳ-ପୁରୀ, ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର, ପୁରୀ-କଟକ-ପୁରୀ, କଟକ-ଭଦ୍ରକ-କଟକ, କଟକ-ପାରାଦୀପ-କଟକ, କଟକ-ଭଦ୍ରକ-କଟକ, ବିଶାଖାପାଟଣା-ରାୟପୁର-ବିଶାଖାପାଟଣା, ଭୁବନେଶ୍ବର-ପଲାସା-ଭୁବନେଶ୍ବର, ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍। ସେହିପରି ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍ ଭୁବନେଶ୍ୱରରୁ ମେ’ ୮, ୯, ୧୫ ଓ ୧୬ ଏବଂ ବାଙ୍ଗିରିପୋଷିରୁ ୯, ୧୦, ୧୧, ୧୭ରେ ବାତିଲ ରହିବ।
More Stories
କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍….
ନୋବେଲ ଶାନ୍ତି ପୁରସ୍କାର ଘୋଷଣା…..
୧୫ରେ ଶପଥ ନେବେ ନାୟବ ସିଂହ ସୈନି!….