ରିପୋର୍ଟ କାର୍ଡ / ପୋଲିସ
ଆଇନଶୃଙ୍ଖଳା ରକ୍ଷାକାରୀ ପୋଲିସ କର୍ମଚାରୀ ରାସ୍ତି ମଝିରେ କଲେ ମାରପିଟ। ପୋଲିର ଏପରି କାର୍ଯ୍ୟକଳାପକୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବା ପରେ କଡ଼ା ପଦକ୍ଷେପ ନେଇଛନ୍ତି ଏସ୍ପି। ବିଶୃଙ୍ଖଳିତ ଆଚରଣ ପାଇଁ ନୟାଗଡ଼ ଏସପି ୪ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ଡିସେମ୍ବର ୩୧ ତାରିଖ ରାତିରେ ନୟାଗଡ ତ୍ରିନାଥ ବଜାର ରାସ୍ତା ଉପରେ ପୋଲିସ ସଂଘର ଦୁଇ ଗୋଷ୍ଠୀ କର୍ମଚାରୀଙ୍କ ମଧ୍ୟରେ ଏକ କାର୍ଡ ଛପାକୁ କେନ୍ଦ୍ର କରି ଯୁକ୍ତି ତର୍କ ହୋଇଥିଲା। ପରେ ଉଭୟ ପକ୍ଷଙ୍କ ମଧ୍ୟରେ ମାଡ଼ପିଟ ହୋଇଥଲା। ଏନେଇ ଉଭୟ ପକ୍ଷରୁ ନୟାଗଡ ଟାଉନ ଥାନାରେ ଏତଲା ଦିଆଯାଇଛି । କର୍ତ୍ତବ୍ୟରେ ଅବହେଳା ଓ ଅଶୋଭନୀୟ ଆଚରଣ ପାଇଁ ନୟାଗଡ଼ ରିଜର୍ଭର ୪ ଜଣ ପୋଲିସ କର୍ମଚାରୀଙ୍କୁ ନୟାଗଡ଼ ଏସପି ତୁରନ୍ତ ନିଲମ୍ବନ କରିଛନ୍ତି। ନିଲମ୍ବିତ ପୋଲିସ କର୍ମଚାରୀମାନେ ହେଲେ ଦିଲ୍ଲୀପ ବେହେରା, ମୁନା ବେହେରା, ସଞ୍ଜୟ ମହାପାତ୍ର, ଦୁର୍ଗା ମାଧବ ଦୋରା। ଏପରି ଏକ ବଡ଼ ପଦକ୍ଷେପ ନେଇଥିବା ନେଇ ନୟାଗଡ ଏସପି ସୂଚନା ଦେଇଛନ୍ତି।






More Stories
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି…..
ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ…..