ରିପୋର୍ଟ କାର୍ଡ / ଯାଜପୁର
୪ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଯାଜପୁର କଳିଙ୍ଗନଗର ଥାନାରୁ ଡକାୟତ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏସପି । କଳିଙ୍ଗ ନଗର ଥାନାର ୨ ASI ଓ ୨ କନଷ୍ଟେବଲଙ୍କୁ ଯାଜପୁର ଏସପି ସସପେଣ୍ଡ କରିଛନ୍ତି। ସେମାନେ ହେଲେ ୨ ASI ଅଚ୍ୟୁତାନନ୍ଦ ଦାସ ଓ ଲକ୍ଷ୍ମୀଧର ରାଜ୍ ଏବଂ ୨ କନେଷ୍ଟବଳ ହେଲେ ରାମ ମୁର୍ମୁ ଏବଂ ପ୍ରଶାନ୍ତ କୁମାର ସେନାପତି। ଏକ ଡକାୟତି ମାମଲାରେ ଗିରଫ ଅଭିଯୁକ୍ତ ଚକରା ବେହେରା ଗତ ୫ ତାରିଖରେ କଳିଙ୍ଗନଗର ଥାନା ପରିସରରୁ ଚମ୍ପଟ ମାରିଥିଲା। ଥାନା ଶୌଚାଳୟର Exhaust ଫ୍ୟାନ ଭାଙ୍ଗି ସେ ଫେରାର ହୋଇଯାଇଥିଲା। ପରେ ଏସପି ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……