Report Card Odisha

| Daily Odia News

ଅହମଦାବାଦରୁ ୪ ସନ୍ଦିଗ୍ଧ ISIS ଆତଙ୍କବାଦୀ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁଜରାଟ ଅହମଦାବାଦରୁ ୪ ଜଣ ସନ୍ଦିଗ୍ଧ ISIS ଆତଙ୍କବାଦୀ ଗିରଫ ହୋଇଛନ୍ତି। ଆଜି ଗୁଜରାଟ ଆଣ୍ଟି-ଟେରୋର୍ ସ୍କ୍ୱାର୍ଡ ଅହମଦାବାଦ ବିମାନବନ୍ଦରରୁ ସେମାନଙ୍କୁ ଗିରଫ କରିଛି। ଅହମଦାବାଦ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ମିଳିବାର କିଛି ଦିନ ପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ATS। ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ଶ୍ରୀଲଙ୍କା ନାଗରିକ ହୋଇଥିବା କୁହାଯାଉଛି।ସୂଚନା ଅନୁସାରେ- ମେ ୧୨ରେ, ଅହମଦାବାଦର ସର୍ଦ୍ଦାର ଭଲ୍ଲଭଭାଇ ବିମାନବନ୍ଦରକୁ ବୋମା ଧମକ ମିଳିଥିଲା। ଏହା ପରେ ବିମାନବନ୍ଦରର ସୁରକ୍ଷାକର୍ମୀ ସମଗ୍ର ବିମାନବନ୍ଦରରେ ତଲାସି କରିଥିଲେ। କିନ୍ତୁ ସେପରି କୌଣସି ସନ୍ଦେହଜନକ ସାମଗ୍ରୀ ମିଳିନଥିଲା ବୋଲି ପୋଲିସ କମିଶନର ଜିଏସ ମଲିକ କହିଥିଲେ।

Breaking News